ଥେରୁବାଲି ନାଗରିକ ମଞ୍ଚର ରେଳ ରୋକ ଅବଧି ବଢିଲା ନଭେମ୍ବର 2 କୁ ହେବ

ରାୟଗଡ଼-୨୩/୧୦(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ ଜିଲ୍ଲା କୋଲନାରା ବ୍ଲକ ଅନ୍ତର୍ଗତ ଥେରୁବାଲି ରେଳ ଷ୍ଟେସନରେ ରେଳ ଗାଡି ରହଣି ଦାବୀ ନେଇ ଦୀର୍ଘ ୩ ମାସ ହେବ ଥେରୁବାଲି ନାଗରିକ ମଞ୍ଚ ରେଳ ବିଭାଗକୁ ଜଣାଇ ଆସୁଛି | ଏନେଇ ରେଳ କର୍ତ୍ତୃପକ୍ଷ ଆସି ମଞ୍ଚ ସହ ଆଲୋଚନା କରି ଦାବୀ ପୂରଣ ନେଇ ପ୍ରତିଶୃତି ଦେଇଥିଲେ କିନ୍ତୁ ତାହା ମିଛ ପ୍ରତିଶୃତି ବୋଲି ପ୍ରମାଣିତ ହେଇଛି | ଅଗଷ୍ଟ 15 ତାରିଖକୁ ଆନ୍ଦୋଳନ କରିବାକୁ ସଜବାଜ ହେବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ମାନେ ଆସି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ | ଏହି ଅଞ୍ଚଳରେ ଏକ ଶିଳ୍ପ କାରଖାନା ପୱାର ଷ୍ଟେସନ ରହିବା ସହ ପ୍ରାୟ 30 ଖଣ୍ଡ ଗ୍ରାମର ଲୋକମାନେ ଏହି ଷ୍ଟେସନ ଉପରେ ନିର୍ଭର କରି ଚଳନ୍ତି | ଏପରିକି ରାଇପୁର ଟିଟିଲାଗଡ଼ କଣ୍ଟାବାଞ୍ଜି ଦେଶର ରାଜଧାନୀ ଯିବାକୁ ଏକ ମାତ୍ର ରାସ୍ତା ଅଟେ ତେଣୁ ଅତି ଜରୁରୀ ହେଉଥିବାରୁ ନାଗରିକ ମଞ୍ଚ ଏହି ରହଣି ନେଇ ଦାବୀ ଜଣାଇ ଆସୁଛି |କରୋନା ମହାମାରୀ ପୂର୍ବରୁ ଏହି ଷ୍ଟପେଜରେ ସବୁ ଗାଡି ରହିଥୁଲା ତାହା ଏବେ ରହୁ ନଥିବାରୁ ଆସନ୍ତି ବଢୁଛି | ଏ ନେଇ ବାରମ୍ବାର ମଞ୍ଚ ତରଫରୁ ଜଣାଇବା ପରେ ମଧ୍ୟ ତାହା ପୂରଣ ହେଇନାହିଁ | ତେଣୁ ଚଳିତ ମାସ 30 ତାରିଖ ଦିନ ରୋକ କରାଯିବ ବୋଲି ନିଷ୍ପତି ନିଆ ଯାଇଥିଲା କିନ୍ତୁ ସେହି ଦିନରେ ଅନ୍ୟତ୍ର ରୋକ ହେଉଥୁବାର ସୂଚନା ଓ ପାର୍ବଣ ଋତୁ ଥିବାରୁ ଏହି ନିଷ୍ପତି କୁ ଆଉ ୨ ଦିନ ଘୁଞ୍ଚାଇବାକୁ ନିଷ୍ପତି ନେଇ ନଭେମ୍ବର ୨ ତାରିଖ ଦିନ କୁ ନିର୍ଧାରଣ କରାଯାଇଛି | ଏହି ସଭାରେ ଉପସ୍ଥିତ ଥିଲେ ଉପ ସଭାପତି ଅଶୋକ ହିକକା, କାର୍ୟ୍ଯକାରୀ ସଭାପତି ଜଗଦୀଶ ମହାପାତ୍ର, ସାଧାରଣ ସମ୍ପଦକ ଭାସ୍କର କୁମାର ଅମର ସିଙ୍ଗ୍, କୋଲନରା ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ହଳଧର ହିମିରିକା,ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ତେଜରାଯ ନଗ,ଥେରୁବଲି ସମିତି ସଭ୍ଯ ଶ୍ରୀ ମତୀ ସାମନ୍ତି ହିକକା,କାର୍ତିକାଗୁଡ଼ା ସମିତି ସଭ୍ୟ ପ୍ରଦିପ ମେଲେକା,ଉପଦେଷ୍ଟା ନେହେରୁ ରତନ୍, ନକୁଳ ସେନାପତି, ନିରଂଜନ ପାତ୍ର, ସୀମାଂଚଳ ପାଡ଼ି, ଲକି ହନ୍ତାଳ, କେସବ କର କରିଆ, ଏମ୍ ରାଜେଶ, ବଂଶୀ ପାଣିଗ୍ରାହୀ, କୋମଲ ନିଳଗିରି, ମୁନା ନାଗ ଦସରଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଯଦି କିଛି ଅପ୍ରିତିକାର ବାତାବରଣ ସୃଷ୍ଟି ହୁଏ ତାହେଲେ ରେଳ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦାଈ ରହିବେ ବୋଲି ମଞ୍ଚ ତରଫରୁ ଚରମ ବାଣୀ ଶୁଣାଇଛନ୍ତି