ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

ଢେ଼ଙ୍କାନାଳ,୨୩ / ୧୦(ଶୁଭମ ପାଣି) : ଆମର କଳା ଓ କ୍ରୀଡ଼ା ତରଫରୁ ମମତା ମଣ୍ଡପ ଠାରେ ଗୋଟିଏ ସଭାଗ ଆୟୋଜନ ହୋଇଅଛି । ଏହି ସଭାରେ ଓଡ଼ିଶାର କଳା ଓ କ୍ରୀଡା ସଂଘର କର୍ମକର୍ମା ଓ ଚେଙ୍କାନାଲ କଳା ଓ କ୍ରୀଡା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ସଭାରେ ହରିହର ବେହେରା ସଭାପତି , ବକ୍ସି କଗଳକୁ ଭୋଇ , ଉପ ସଭାପତି, ବିଶ୍ୱରଞ୍ଜନ ସ୍ବାଇଁ , ସଂପାଦକ , ଅନିମେସ୍ ମହାପାତ୍ର , ସହ ସମ୍ପାଦକ , ଭାସ୍କର ଚନ୍ଦ୍ର ବାରିକ ; କୋଷାଧ୍ୟକ୍ଷ , ସୁକାନ୍ତ କୁମାର ଦାସ , ଆବାହକ , ମାନସ କୁମାର ମହାନ୍ତି , କାର୍ଯ୍ୟକାରୀ ସଭାପତି ଇତ୍ୟାଦି ଉପସ୍ଥିତଥିଲେ । ଏବଂ ୪୧ଜଣ କର୍ମୀ ଯୋଗଦେଇଥିଲେ । ଏହି ସଭାରେ କଳା ଓ କ୍ରୀଡାର ଭବିଷ୍ୟତ ବିଷୟରେ ଆଲୋଚନା ହୋଇଥିଲା । ଏହି ସଭାର ମହତ ଉଦ୍ଦେଶ୍ୟ ଥିଲା Part Time ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କେମିତି ପାଇବା । ସେମାନଙ୍କ କହିବା ଅନୁଯାୟୀ ଆମ ଓଡିଶାରେ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ୯ ବର୍ଷ ଅତିକ୍ରାନ୍ତ କରି ସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ଭେମାନେ ସ୍ଥାୟୀ ନିଯୁକ୍ତି ପାଇପାରିଲୁ ନାହିଁ । ଓଡିଶା ସରକାର କଳା ଓ କ୍ରୀଡାକୁ ମାନ୍ୟତା ଦେଇଥିଲେ ମଧ୍ୟ ଆମ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନ୍ୟତା ଦେଇ ନାହାନ୍ତି । ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ