କଲ୍ୟାଣସିଂହପୁର/ରାୟଗଡ଼ -୨୦/୧୦(ପ୍ରଫୁଲ୍ଲ କୁମାର ବେହେରା) : ୩ଟି ଗ୍ରାମର ଲୋକମାନେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟକୁ ବିରୋଧ କରୁଥୁବା ବେଳେ ପ୍ରଶାସନକୁ ଏଠାରେ ସ୍ଥାପନ କରିବାକୁ ସମର୍ଥକ ଗୋଷ୍ଠୀ ଙ୍କ ଅଣ୍ଟା ଭିଡ଼ିଛନ୍ତି | ଏହି ବିଦ୍ୟାଳୟ ହେଲେ ଅଞ୍ଚଳର ବିକାଶ ହେବା ସହ ଅନେକ ଆଦିବାସୀ ଛାତ୍ର ଛାତ୍ରୀ ମାନେ ଶିକ୍ଷାର ସୁବିଧା ପାଇ ପାରିବେ ବୋଲି ଯୁକ୍ତି ବାଢିଛନ୍ତି ମାଝୀଗୁଡା, ସୁନାଖଣ୍ଡି, ପୂଝରୀଗୁଡା ଗ୍ରାମ ପଂଚାୟତର ଷାଠିଏ ଖଣ୍ଡ ଗ୍ରାମର ଲୋକମାନେ | ଆଜି ପ୍ରଶାସନ ଜମି ଚିହ୍ନଟ କରି କାମ ଆରମ୍ଭ କରିବାକୁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲା ଏହି ଗ୍ରାମ ମାନଙ୍କର ସାତଶହ ରୁ ଉର୍ଦ୍ଧ ଜନସାଧାରଣ ରେଖାଲଗୁଡା ଛକ ଠାରେ ଏକତ୍ରିତ ହୋଇ ଏକ ସପକ୍ଷ ବାଦୀ ଚିନ୍ତାଧାରରେ ଆମର ଦାବୀ ବିଦ୍ୟାଳୟ ସ୍ଥାପନ ହେଉ ସରକାର ତୁମେ ମାନିନୀୟ ଆମ ଅଞ୍ଚଳ ବିକାଶ ପାଇଁ ସହାୟକ ହୁଅ ବୋଲି ସ୍ଲୋଗାନ ଦେଇ ଧସେଇ ପଶି ଆସି ଜାଗା ଚିହ୍ନଟ କରିବାକୁ ସହଯୋଗ କରିଥିଲେ | ଏ ସମ୍ୱନ୍ଧରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତମାନ ସମବାୟ ସମିତି ସଭାପତି ଶଙ୍କର ହୁଇକା ଙ୍କ ଯୁକ୍ତି ଏହିକିଯେ ଏହା ସରକାରୀ ଜମି କାହାର ବ୍ୟକ୍ତିଗତ ମାଲିକାନାର ନୁହେଁ ତେଣୁ ବିଦ୍ୟାଳୟ ସ୍ଥାପନରେ କିଛି ଅସୁବିଧା ହେବା କଥା ନାହିଁ ଅଯଥାରେ କିଛି ଦୁଃଷ୍ଠ ଶକ୍ତିଙ୍କ କୁ ମନ୍ତଣାରେ ପଡି ଏଭଳି ବିକାଶ କରିବାରେ ବାଧା ସୃଷ୍ଟି କରିବା ଠିକ ନୁହେଁ ବୋଲି ମତ ଦେଇଛନ୍ତି |
ସେହିଭଳିସୁନାଖଣ୍ଡି ପଞ୍ଚାୟତ ସମିତି ସଭ୍ୟ ଶମ୍ବୁରୁ କୁଲିସିକା, ପୂଝରୀଗୁଡା ସମିତି ସଭ୍ୟ ରବି ହୁଇକା କହିଛନ୍ତି କି ସେ ବିରୋଧ କରୁଥିବା ପରିବାର ଆମ ଭାଈବନ୍ଧୁ ଅଟନ୍ତି କିନ୍ତୁ ଅନ୍ୟ କାହା କଥାରେ ପ୍ରଭାବିତ ହେଇ ଏଭଳି କରୁଛନ୍ତି |ତେଣୁ ଆମେ ପ୍ରଶାସନକୁ କହିବୁ ସେହି ଜାଗାରେ ଚାଷ କରି ବଞ୍ଚୁଥୁବା ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ ଜାଗାରେ ଚାଷ ଜମି ଓ ଅନ୍ୟ କିଛି ସରକାରୀ ସୁବିଧା ଯୋଗାଇ ଦେବାକୁ କିନ୍ତୁ ହିଂସା ଛାଡି ଆଲୋଚନା ମାଧ୍ୟ୍ୟମରେ ସମାଧାନ କରିବାକୁ ଅନୁରୋଧ କରିଛନ୍ତି | କେତେ ବୁଝାଇଲେ ବି ନ ବୁଝିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ସମର୍ଥକ ଗୋଷ୍ଠୀ ବଳ ପୂର୍ବକ ନିରୂପିତ ଜାଗାକୁ ପହଂଚି ଅନୁଧ୍ୟାନ କରିଥିଲେ | କିନ୍ତୁ ବିରୋଧୀ ମାନେ ଏହାର ଦୃଢ ବିରୋଧ କରିଥିଲେ | ଯଦି ଶାନ୍ତି ଶୃଙ୍ଖଳାରେ ଏହାକୁ କରିବାକୁ ଦିଆ ନ ଯାଏ ତାହେଲେ ବଳ ପୂର୍ବକ କରାଇବାକୁ ବାଧ୍ୟ ହେବୁ ସମର୍ଥକ ଗୋଷ୍ଠୀ ନାରାବାଜି କରିଥିଲେ | ଆନ୍ଦୋଳନକାରୀଙ୍କୁ ଜିଲ୍ଲା ପ୍ରଶାସନ ଉପ ଜିଲ୍ଲାପାଳ ଭୀମସେନ ଶବର, ଏସ ଡିପିଓ ଦିବ୍ୟଜ୍ୟୋତି ଦାସ, ଥାନାଧିକାରୀ ମୁକୁନ୍ଦ ଦେବ ନାୟକ ବୁଝାଇବାପାଇଁ ଚେଷ୍ଟା କରିଥିଲେ | ଏ ନେଇ ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦେଲା ଶ୍ରୀନୁ ଙ୍କ ଯୁକ୍ତି ହେଲା ଅନ୍ୟ ଜାଗାରେ ଏହି ପ୍ରକଳ୍ପକୁ ସ୍ୱାଗତ କରିବାକୁ ଅନେଇ ବସିଥିବା ବେଳେ ଏମାନଙ୍କ ବିରୋଧ ଦୁର୍ଭାଗ୍ୟ ଜନକ ଅଟେ ତେଣୁ କୁହା କଥା ଛାଡି ବିକାଶ ଧାରାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି |
ଏହି ସପକ୍ଷ ବାଦୀଙ୍କ ମଧ୍ୟରେ ବିନାୟକ କୁଲେସିକା, ସମିନାଥ କୁଲେସିକା, କାମ କୁଲେସିକା, ରାଙ୍ଗା ପ୍ରସବୋ,ଗଣେଶ ପେଦେଣ୍ଟି, ମହେଶ, ତାରାକେଶ, ଶିବା, ସାଗର ନିଶିକା, ନୀଳାମ୍ବର କୁଲେସିକା, ନବୀନ ଝାଲିଆ, ସଂରକ୍ଷିତ ସୁରକ୍ଷା ବଳ, ପୋଲିସ ବଳ ସ୍ଥାନୀୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ | ପ୍ରକାଶ ଥାଉକି ଅଞ୍ଚଳର ବିକାଶ ପାଇଁ ଏହି ବିଦ୍ୟାଳୟ ସ୍ଥାପନ କରାଗଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି | ଏଠି ବିରୋଧୀ ମାତ୍ର ହାତ ଗଣତି ଲୋକ ଥିବା ବେଳେ ସପକ୍ଷ ବାଦୀଙ୍କ ଶଙ୍ଖା ହଜାର ହଜାର ତେଣୁ ଯାହାକୁ ଅଧିକ ସମର୍ଥନ ମିଳିବ ତାହା ହିଁ ପ୍ରଶାସନ କରିବା ଏହାହିଁ ଏକାନ୍ତ କାମ୍ୟ ଅଟେ ।