ଅରବିନ୍ଦ ବଜାର ମହାଲକ୍ଷ୍ମୀ ପୂଜା କମିଟିର ଭଷାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ,୧୬/୧୦(ଶୁଭମ ପାଣି) : ଅରବିନ୍ଦ ବଜାର ମହାଲକ୍ଷ୍ମୀ ପୂଜା କମିଟିର ରୌପ୍ୟ ଜୟନ୍ତି ଚଳିତ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ତା.୦୯ – ୧୦.୨୦୨୨ ରିଖ ଠାରୁ ଆଦ୍ୟାବଧି ପୂଜା କାର୍ଯ୍ୟ କ୍ରମ ରିତି ନିତୀ ଖୁବ୍ ଶୃଙ୍ଖଳାର ସହିତ ସମାହିତ ହୋଇଅସିଅଛି । ଆଜି ତା ୧୬.୧୦.୨୦୨୨ରିଖ ଉଷଣୀ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ମୂର୍ତ୍ତି ବିଷର୍ଜନ କାର୍ଯ୍ୟ ସମାହିତ ହେବ ତାହା ବିଷୟରେ ଆଲୋଚନା କରାଯାଇଥିଲା ଏବଂ କର୍ମକର୍ତ୍ତାଙ୍କୁ ଦାୟୀତ୍ବ ଅର୍ପଣ କରାଯାଇଥିଲା । ଏହି ବୈଠକରେ ସଭାପତି ବ୍ରହ୍ମାନନ୍ଦ ସାହୁ , ସମ୍ପାଦକ ପ୍ରଭାକର ନାୟକ , କୋଷାଧ୍ୟକ୍ଷ ଶ୍ରୀ ପ୍ରତାପ କୁମାର ନାୟକ ଉପସ୍ଥିତ ଥିଲେ । ଏହି ଭଷାଣି ଉତ୍ସବ ଯେପରି ଶାନ୍ତି ଶୃଙ୍ଖଳା ସହିତ ବିଭିନ୍ନ ବାଦ୍ୟ ଦ୍ବାରା କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଯଥା- ନିଳମଣୀ କର , କୈଳାସ ଚନ୍ଦ୍ର ବେହେରା , ପାଣ୍ଡବ ଭୋଇ , ନୃଶିହ ଚରଣ ନାୟକ , ସାରଙ୍ଗଧର ରାଉତ , ବିଜୟ କୁମାର ନାୟକ ଓ ଧୀରନ୍ତ ନାୟକ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ