ରାୟଗଡ ଜିଲ୍ଲା ସ୍ଥରୀୟ ୧୭ରୁ କମ ବର୍ଷୀୟ ଫୁଟବଲ ପ୍ରତିଯୋଗିତା ଶୁଭରମ୍ଭ କଲେ ଜିଲ୍ଲାପାଳ

ରାୟଗଡ:- ତା.୧୧/୧୦(ପ୍ରଫୁଲ୍ଲ କୁମାର ବେହେରା) : ଭାରତରେ ଫିଫା ୧୭ବର୍ଷରୁ କମ ମହିଳା ବିଶ୍ୱ କପ -୨୦୨୨ ଆଜି ଆମ ରାଜଧାନୀ ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦ୍ଘାଟନ ହୋଇ ଯାଇଛି । ଏହି କ୍ରମରେ ଓଡିଶା ର ସମସ୍ତ ୩୦ ଟି ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ସତର ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ ର ଫୂଟବଲ ଟୁର୍ନାମେଣ୍ଟ ସମକାଳୀନ ଭାବେ ଆୟୋଜିତ ହୋଇ ଯାଇଛି l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ରାୟଗଡ଼ ଜିଲ୍ଲା ରେ ଏହି ଟୁର୍ନାମେଣ୍ଟ ର ଶୁଭାରମ୍ଭ ହୋଇ ଯାଇଛି l ରାୟଗଡ ଜିଲ୍ଲା ପାଳ ସ୍ୱଧା ଦେଵ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶୁଭରମ୍ଭ କରିଥିଲେ l ଏହି ତୁର୍ଣ୍ଣlମେଣ୍ଟ ୧୧ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ l ଆଜି ତା ୧୧/୧୦/୨୦୧୨ ରିଖ ମଧ୍ୟାହ୍ନ ୧୧ ଘଟିକା ସମୟ ରେ ଜି ସି ଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ସାତଦିନ ବ୍ୟାପି ହେବାକୁ ଥିବା ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ସତର ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ ର ଫୂଟବଲ ଟୁର୍ନାମେଣ୍ଟ ର ଉଦ୍ଘାଟନ ହୋଇ ଯାଇଛି I

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଟୁର୍ନାମେଣ୍ଟ ର ଶୁଭାରମ୍ଭ ପୂର୍ବକ କ୍ରୀଡା ପତାକା କୁ ଉତ୍ତୋଳନ କରିଥିଲେ I ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ ସମ୍ବୋଧନ ପୂର୍ବକ ଜିଲ୍ଲାପାଳ ମହୋଦୟା କ୍ରୀଡା ସହ ଜାତୀୟ ଗୌରବ କିପରି ଅଙ୍ଗାଙ୍ଗୀ ଜଡିତ ତଥା ଫୁଟବଲ ଖେଳ ର ଲୋକପ୍ରିୟତା ତୃଣମୂଳ ସ୍ତରରେ ଅଧିକ ରୁ ଅଧିକ ଲୋକପ୍ରିୟ କରାଇବା କ୍ଷେତ୍ରରେ ଶିକ୍ଷକ ଓ ଅଭିଭାଙ୍କ ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ ବୋଲି ଦର୍ଶାଇ ଥିଲେ I ଉଦ୍ଘାଟନୀ ସମାରୋହରେ ରାୟଗଡା ଜିଲ୍ଲା ଶିକ୍ଷାଧିଶ ପୂର୍ଣ୍ଣ ଚନ୍ଦ୍ର ବରିହା,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର,ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଲନରI ଏମ ଖଗେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ପ୍ରମୁଖ ବିଭିନ୍ନ ବ୍ଲକ ରୁ ଆସିଥିବା ଛାତ୍ର ମାନଙ୍କ ଠାରୁ ପାରାଡ ଅଭିବାଦନ ଗ୍ରହଣ କଲେଜିଲ୍ଲାପାଳ ମହୋଦୟ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ ବିଭିନ୍ନ ବ୍ଲକ ରୁ ଆସିଥିବା ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସରସ ଓ ସୁନ୍ଦର ଭାବେ ଏହି ଟୁର୍ନାମେଣ୍ଟ କୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ଆୟୋଜନ କରିଥିଲେ ସମସ୍ତ ୧୧ ଟି ବ୍ଲକ ଏବଂ ରାୟଗଡା ମୁନିସିପାଲିଟି କୁ ମିଶାଇ ୧୨ ଟି ବାଳକ ଦଳ ଓ ୧୨ ଟି ବାଳିକା ଦଳ ଙ୍କ ମଧ୍ୟରେ ଫୁଟବଲ ପ୍ରତିଯୋଗିତା କରାଯିବ ସମସ୍ତ ପ୍ରତିଯୋଗୀ ଏବଂ ଶିକ୍ଷକ ମାନଙ୍କ ନିମନ୍ତେ ସ୍ଥାନୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରହିବାର ବନ୍ଦୋବସ୍ତ କରାଯାଇଛି l ଟୁର୍ନାମେଣ୍ଟ ଶେଷରେ ସମସ୍ତ କୃତି ଦଳ ଙ୍କୁ କୃତି ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ l

ଜିଲ୍ଲା ଶିକ୍ଷା ବିଭାଗ ର ଆଇ ପି ଇ ଶତ୍ରୁଘ୍ନ ମଲିକ ସମ୍ପାଦକ ଏବଂ ଜିଲ୍ଲା ଶିକ୍ଷାଧିଶ ସଭାପତି ର ଗୁରୁ ଦାୟିତ୍ୱ ତୁଲାଇ ଥିଲେ l ଉଦ୍ଘାଟନ ପର୍ବ ର ଠିକ ପରେ ପରେ ଉଦ୍ଘାଟନୀ ମ୍ୟାଚ ରେ ପରସ୍ପର କୁ ଭେଟି ଥିଲେ ବିଷମକଟକ ଦଳ ଏବଂ ମୁନିଗୁଡା l ସlତଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ନାମେଣ୍ଟ ରେ ବ୍ଲକ ସ୍ତରରୁ ଯୋଗ୍ୟ ବିବେଚିତ ହୋଇ ଆସିଥିବା ସମସ୍ତ ବିଦ୍ୟାଳୟ ସ୍ତରୀୟ ଦଳ ମାନଙ୍କ ମଧ୍ୟରେ ନକ ଆଉଟ କ୍ରମରେ ପ୍ରତିଯୋଗିତା କରାଯିବ ବିଜେତା ଦଳ ମାନେ ପରବର୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହେବେ ତଥା ନକ ଆଉଟ ହୋଇଥିବା ଦଳ ଙ୍କୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ବିଦାୟ ଦିଆଯିବ ।