ରାୟଗଡା,(ପ୍ରଫୁଲ୍ଲ କୁମାର ବେହେରା) : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ରାୟଗଡାରେ ପାଳିତ ହୋଇଛି । ଏ ଅବସରରେ ରାୟଗଡାସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଡ.ନରେନ୍ଦ୍ର କୁମାର ମହାନ୍ତି, ସାହିତ୍ୟିକ ଆଶୁତୋଷ ପାତ୍ର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସମାଜର ଜିଲା ପ୍ରତିନିଧି ରଘୁନାଥ ପଟ୍ଟନାୟକ, ସ୍ଥାନୀୟ ମାନ୍ୟଗନ୍ୟ ବ୍ୟକ୍ତି, ପୌର କର୍ମଚାରୀଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଯୋଗ ଦେଇଥିଲେ । ଏ ଅବସରରେ ଅତିଥିମାନେ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିବା ସହ ସେ ଏକା ଧାରରେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ୍, ଜନସେବକ, ସଂଗଠକ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କର ଆଦର୍ଶ ଜୀବନ, ମାନବବାଦୀ ଭାବଧାରା ଓଡିଆ ଜାତି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ ବୋଲି ସେମାନେ କହିଛନ୍ତି ।