ଝୋଡିଆ ପରଜା ଆଦିବାସୀ ମାନ୍ୟତା ଦାବି ନେଇଁ ଏକତ୍ରିତ ହେଲେ 85 ଖଣ୍ତ ଗାଁ ମୁଖିଆ l

କାଶୀପୁର,( ପ୍ରଫୁଲ୍ଲ କୁମାର ବେହେରା ) : କାଶିପୁର ବ୍ଲକ ହାଡିଗୁଡା ପଞ୍ଚାୟତ ଆଜି ହାଇସ୍କୁଲ ପାଖ ପଡ଼ିଆରେ ୮୫ ଖଣ୍ଡ ଗାଁର ମୂଖିଆ ମାନେ ୪୦୦ ଶହ ରୁ ଉର୍ଦ୍ଧ ମହିଳା ପୁରୁଷ ଏକତ୍ରିତ ହୋଇ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ନେଲେ ଏହିସଭା ମନହର ଝୋଡିଆ ଙ୍କ ସଭାପତିତ୍ବରେ ସଭା ପରିଚାଳନା କରିଥିଲେ ଉପସ୍ଥିତ ମୂଖିଆ ଙ୍କ ମଧ୍ୟରେ ଆଖିଲ ଝୋଡିଆ,ଭୋବାନି ଝୋଡିଆ,ନାଥ ଜାନି, ଶଙ୍କର ମୁଦୁଲି,ସୁମନି ଝୋଡିଆ,ଘାଶେନ ଝୋଡିଆ,ଦୈତାରି ଝୋଡିଆ, ରାଜେନ୍ଦ୍ର ମୁଦୁଲି,ହୁତାସନ ଝୋଡିଆ,ଗୁରୁ ଝୋଡିଆ, ସମାଜ ସେବୀ ଶିବରାମ ନାଏକ କୈଳାସ ମୁଦୁଲି, ଝୋଡିଆ । ଆଦି ଉପସ୍ଥିତ ଥିବା ବେଳେ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ନେତା ଙ୍କ ଦ୍ଵାରା ଉପେକ୍ଷିତ ହୋଇଥିବା ଓ 2012 ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିବା ବେଳେ ବର୍ତ୍ତମାନ୍ ସାୟାରେ କେବଳ ନିର୍ବାଚନ ସମୟରେ ହିଁ ସମସ୍ତ ଦଳର ନେତା ମାନେ କେବଳ ଆଶ୍ଵାସନା ଦେଇ ଆଦିବାସୀ ଜାତିର ମାନ୍ୟତା ପାଇଁ ଝୋଡ଼ିଆ ସମ୍ପ୍ରଦାୟ ର ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟଆଗିବ ଛଡ଼ା ଆଉ କିଛି କରୁନଥିବା ନେଇ ଏହି ବୈଠକ ରେ ଆଗାମୀ ଦିନରେ କିଭଳି ସଙ୍ଗ୍ରାମ କରାଯିବ ସେ ନେଇ 85 ଗ୍ରାମର ପ୍ରାୟ 50 ହଜାର ଝୋଡିଆ ଲୋକଙ୍କ ପ୍ରତିନିଧି ମାନେ ନିଷ୍ପତ୍ତି କରାଯାଇ କାର୍ଯ୍ୟପନ୍ଥା କିଭଳି ଶାନ୍ତିପୂର୍ଣ୍ଣ ଭାବେ ଗ୍ରହଣ କରାଯିବ ସେ ନେଇ ଏହି ବୈଠକ ବୋଲି ଭାବନି ଝୋଡିଆ କହିଛନ୍ତି।