ଭାଜପା ଯୁବମୋର୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ରାୟଗଡ-୧୯/୦୯(ପ୍ରଫୁଲ୍ଲ କୁମାର ବେହେରା):ସେବାସପ୍ତାହ ପାଳନ ଅବସରରେ ସାରା ଭାରତରେ ମାନନୀୟ ଯସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ୭୨ ତମ ଜନ୍ମ ଦିନ ଅବସରରେ ଚଳିତ ମାସ ୧୭ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଉଭୟ ମଣ୍ଡଳର ଭାଜପା ଯୁବମୋର୍ଚା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏହି ଶିବିର ଚାଲିଥିଲା । ପ୍ରାୟ ୧୦ ଘଣ୍ଟିକା ସମୟରେ ଏହାର ଉଦ୍ଘାଟନ ସ୍ଥାନୀୟ ବିଡ଼ିଓ ମହାଶୟ ତାପସ କୁମାର ଭୋଇ, ଜିଲ୍ଲା ପରିଷଦ ବି ମାଧବ ରାଓ, ଓ ଏକ ଶହ ପାଞ୍ଚ ଥର ରକ୍ତ ଦାତା ତଥା ଜଣେ ଓଡ଼ିଶାର ସୁନ୍ଦର ସ୍ୱାସ୍ଥ୍ୟ ବିଜେତା ଗୁନା ସଂଜୀବ ରାଓ ସୁଦୂର କୋରାପୁଟରୁ ଆସି ଉଦ୍ଘାଟନ କରିଥିଲେ। ଶ୍ରୀ ସଂଜୀବ ରାଓ କହିଥିଲେ କି ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ରକ୍ତ ଦାନ କେନ୍ଦ୍ରର ଫାଉଣ୍ଡର ଅଟନ୍ତି, କିପରି ଏହା ସମ୍ଭବ ହେଇ ପାରିଲା କି ଏକ ସହ ପାଞ୍ଚ ଥର ରକ୍ତ ଦାନ କରିଛନ୍ତି ତାଙ୍କ ଉତ୍ତରରେ ଜଣେ ବ୍ୟକ୍ତି ୩ ମାସରେ ଥରେ ବର୍ଷକୁ ୪ ଥର ଦେଇପାରିବେ ତେଣୁ ରୋଗୀ ବିପନଙ୍କ ବିପଦ ସମୟରେ ଆମେ ଦେଇଥିବା ରକ୍ତ କାମରେ ଆସିବ ଓ ଜଣଙ୍କ ଜୀବନ ବଞ୍ଚିବାରେ ସହାୟକ ହେବ, ତେଣୁ ସବୁ ଯୁବ ଗୋଷ୍ଠୀ ଆକୁଣ୍ଠିତ ଚିତରେ ନିଜେ ଦାନ କରି ପୁଣ୍ୟ ଅର୍ଜନ କରିବାରେ ସହାୟକ ହେବାକଥା। ଏହି ଶିବିରରେ ୬୦ ରୁ ଅଧିକ ଜଣ ଦାତା ଦାନ କରିଥିଲେ ସେମାନଙ୍କ ପାଇଁ ମିଠା, କଦଳୀ, ପାନୀୟ ସହ ସମସ୍ତଙ୍କ ପାଇଁ ଅନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଯୁବମୋର୍ଚା ସଭାପତି ନିଳାଦ୍ରୀ ବିହାରୀ ପାତ୍ର, କୋଲନରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ସ୍ୱୟଂ ସେବକ ବିନାୟକ କୁଲେସିକା, ଜିଲ୍ଲା ଜନ ଜାତି ମୋର୍ଚ୍ଚା ସମ୍ପାଦକ ବାବୁରାଓ କଡ୍ରକା, ନାମମି ଗଙ୍ଗେର ରବି ସେଠି, ହଳଧର ମିଶ୍ର, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅଜିତ ପାଣିଗ୍ରାହୀ, ଦିଲୀପ ମିନିଆକା, ସମ୍ପାଦକ ସନ୍ଦୀପ ଗୁଡୁଲା, ସେବା ସେନାର ସଭାପତି ତଥା ରଙ୍ଗ ମଞ୍ଚ କଳାକାର ସୁପ୍ରୀତ ବଛା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, କରପା ସରପଞ୍ଚ ସିଂଧୁ କଡ୍ରକା, ଥେରୁବଲି ମଣ୍ଡଳ ସଭାପତି ସନ୍ତୋଷ ଭାଇ ରାୟଗଡ ରକ୍ତ ଭଣ୍ଡାର ରୁ ଆସିଥିବା କର୍ମଚାରୀ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମକୁ ସଫଳ ରୂପାୟନ କରିଥିବାରୁ ସମସ୍ତଙ୍କୁ ବୁଦ୍ଧିଜୀବ ସାଧୁବାଦ ଜଣାଇବା ସହ ଯୁବ ପିଢିଙ୍କୁ ଏହିଭଳି ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ କରିଥିଲେ।