ଡାଲମିଆ ଭାରତ ଫାଉଣ୍ଡେସନ ସାମାଜିକ ରୂପାନ୍ତରଣ ଜରିଆରେ ଭାରତର ‘ଆତ୍ମ-ନିର୍ଭର’ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତିଶୃତିବଦ୍ଧ

ଡାଲମିଆ ଭାରତ ଫାଉଣ୍ଡେସନ ସାମାଜିକ ରୂପାନ୍ତରଣ ଜରିଆରେ ଭାରତର ‘ଆତ୍ମ-ନିର୍ଭର’ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରତିଶୃତିବଦ୍ଧ ,ଏନ୍‌ଆଇଆଇଟି ଫାଉଣ୍ଡେସନ ସହିତ ବୁଝାମଣାପତ୍ର ସ୍ୱାକ୍ଷର

ସର୍ବାଧୁନିକ ବୃତ୍ତିଗତ ତାଲିମ ପାଠ୍ୟକ୍ରମ ଓଡ଼ିଶାରେ ରାଉରକେଲା, ଯାଜପୁର, ରାଜଗାଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ କଟକ ସମେତ ଜାତୀୟସ୍ତରରେ ୧୬ ଦୀକ୍ଷା ସେଣ୍ଟର ଜରିଆରେ ୮୦୦୦ ଅବହେଳିତ ଯୁବବର୍ଗଙ୍କୁ ଫାଇଦା ପହଞ୍ଚାଇବ

ଡାଲମିଆ ଭାରତ ଗ୍ରୁପ୍‌ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‌ଆର) ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ଭାରତର ‘ଆତ୍ମ-ନିର୍ଭର’ ଲକ୍ଷ୍ୟ ବାସ୍ତବରେ ପରିଣତ କରିବା ନିମନ୍ତେ ତ୍ୱରିତ ବେଗରେ ଅଗ୍ରସର ହେଉଛି । ଏହି ଉଦ୍ଦେଶ୍ୟରେ ଡିବିଏଫ ଏକ ଅଣ ଲାଭଜନକ ଶିକ୍ଷା ସୋସାଇଟି ‘ଏନ୍ଆଇଆଇଟି ଫାଉଣ୍ଡେସନ୍‌’ ସହିତ ସର୍ବାଧୁନିକ, ଗୋଷ୍ଠୀକେନ୍ଦ୍ରିକ କୁଶଳତା ନିର୍ମାଣ ଏବଂ ଶିକ୍ଷଣୀୟ ତାଲିମ ପାଠ୍ୟକ୍ରମ ସକାଶେ ଏକ ବୁଝାମଣା ପତ୍ର (ଏମଓୟୁ)ରେ ସ୍ୱାକ୍ଷର କରିଛି ଯାହା ଓଡ଼ିଶାରେ ରାଉରକେଲା, ଯାଜପୁର, ରାଜଗାଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ କଟକ ସମେତ ସମଗ୍ର ଦେଶରେ ଥିବା ୧୬ଟି ଦୀକ୍ଷା ସେଣ୍ଟର (ଡାଲମିଆ ଇନଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ)ରେ ୮୦୦୦ ଅବହେଳିତ ଯୁବବର୍ଗଙ୍କୁ ଫାଇଦା ପହଞ୍ଚାଇବ ।

ଡିବିଏଫ୍‌ର ଦମ୍‌ଦାର ଗୋଷ୍ଠୀ ନିୟୋଜନ ଏବଂ ଏନ୍ଆଇଆଇଟି ଫାଉଣ୍ଡେସନ୍‌ର ଗୁଣାତ୍ମକ ଶିକ୍ଷା ପଦ୍ଧତିର ସମ୍ମିଳିତ ସାମର୍ଥ୍ୟରୁ ଫାଇଦା ଉଠାଇ ଏକ ପ୍ରଗତିଶୀଳ ଏବଂ ଆତ୍ମ-ନିର୍ଭରଶୀଳ ନୂଆ ଭାରତ ଗଠନ କରିବା ଏବଂ ସେହି ସମୟରେ ସମାଜର ଅବହେଳିତ ବର୍ଗରୁ ଆସୁଥିବା ପିଲା ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବାକୁ ଏହି ଏମ୍‌ଓୟୁରେ ଲକ୍ଷ୍ୟ ରଖାଯାଇଛି ।

“ଆମର ସମ୍ମିଳିତ ପ୍ରୟାସ ଏବଂ ସାମର୍ଥ୍ୟ ଜରିଆରେ ଆମର ବିଶ୍ୱାସ ଯେ ଏହି ସହଭାଗିତା ଆମ ରାଷ୍ଟ୍ରପାଇଁ ଅଧିକ ମହତ୍ୱାକାଂକ୍ଷୀ ହୋଇପାରିବ ଏବଂ ସମାଜରେ ସକାରାତ୍ମକ ଏବଂ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣିବ । ଆମ ରାଷ୍ଟ୍ରର ସାମାଜିକ ରୂପାନ୍ତରଣ ନିମନ୍ତେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଏହାର ଅର୍ଥନୈତିକ ଆବଶ୍ୟକତା ପୂରଣ ଜରିଆରେ ଗୋଷ୍ଠୀ ନିକଟରେ ପହଞ୍ଚିବା ପ୍ରୟାସକୁ ତ୍ୱରାନ୍ୱିତ କରିବା ଏବଂ ଭାରତକୁ ବାସ୍ତବରେ ଆତ୍ମନିର୍ଭର କରିବା ସକାଶେ ସାମାଜିକ ତାରତମ୍ୟ ଦୂର କରିବାକୁ ଲକ୍ଷ୍ୟ ରଖିଛୁ,” ବୋଲି ଡ.ଅରବିନ୍ଦ ବୋଧାନକର୍, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଇଏସ୍‌ଜି ଆଣ୍ଡ୍‌ ସିଆର୍‌ଓ, ଡାଲମିଆ ଭାରତ ଲିମିଟେଡ କହିଛନ୍ତି ।

ରାଜଧାନୀ ନୂଆଦିଲ୍ଲୀଠାରେ ଡାଲମିଆ ଭାରତ ଲିମିଟେଡ ପକ୍ଷରୁ ଡ.ବୋଧାନକର୍‌ ଏବଂ ଏନ୍ଆଇଆଇଟି ଫାଉଣ୍ଡେସନ୍‌ର ସିଓଓ ଶ୍ରୀମତୀ ଚାରୁ କପୁର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ସହଭାଗୀ ସମ୍ମଳିତ ପ୍ରୟାସ ଜରିଆରେ ଆରମ୍ଭ ହେବାକୁ ଥିବା ପ୍ରମୁଖ ତାଲିମ ଓ କୁଶଳତା ନିର୍ମାଣ ପ୍ରକ୍ରିୟାରେ ଆର୍ଥିକ ସାକ୍ଷରତା, ସାଇବର ନିରାପତ୍ତା ସମ୍ପର୍କିତ ଅତ୍ୟାବଶ୍ୟକ ବିଷୟ ଏବଂ ବୃତ୍ତିଗତ ପାରଦର୍ଶିତା ଆଦିରେ ସାର୍ଟିଫିକେଟ ପାଠ୍ୟକ୍ରମ ସ୍ଥାନ ପାଇବ ।

ଓଡ଼ିଶାରେ ରାଉରକେଲା, ଯାଜପୁର, ରାଜଗାଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା ଓ କଟକ ସମେତ ଉତ୍ତର ପ୍ରଦେଶର ସୀତାପୁର ଓ ଶାହାଜାହାନପୁର, ମହାରାଷ୍ଟ୍ରର କୋହ୍ଲାପୁର, ଗୁଜରାଟର ଖମ୍ବାଲିଆ, ମଧ୍ୟପ୍ରଦେଶର ସତ୍‌ନା, ତାମିଲନାଡୁର ଡାଲମିଆପୁରମ୍‌ ଓ ତ୍ରିଚି, ଆସାମର ଲଙ୍କା, ପଶ୍ଚିମବଙ୍ଗର ମେଦିନିପୁର, କର୍ଣ୍ଣାଟକର ବେଲଗାଓଁ ଓ ୟାଦାୱାଡ ତଥା ଝାଡଖଣ୍ଡର ବୋକାରୋରେ ଥିବା ଦୀକ୍ଷା ସେଣ୍ଟରଗୁଡିକରେ ଏହି ପାଠ୍ୟକ୍ରମଗୁଡିକର ବିକାଶ ଓ ପରିଚାଳନା କରାଯିବ । ସୂଚନାଯୋଗ୍ୟ ଯେ ଏହି ସମସ୍ତ ସ୍ଥାନରେ ଡାଲମିଆ ଭାରତ ଗ୍ରୁପ୍‌ର ସ୍ଥାନୀୟ ଉପସ୍ଥିତି ରହିଛି ଏବଂ ଏହା ସେଠାରେ ଗୋଷ୍ଠୀଗୁଡିକ ସହିତ ନିବିଡ ଭାବରେ ମିଶି କାର୍ଯ୍ୟ କରୁଛି । ଏନ୍ଆଇଆଇଟି ଫାେଉଣ୍ଡେସନ୍‌ ଆବଶ୍ୟକ ବିଷୟବସ୍ତୁ, ତାଲିମଦାତାଙ୍କ ପାଇଁ ତାଲିମ ସୁବିଧା, ଆକଳନ ଏବଂ ପ୍ରମାଣନ ଆଦି ସହିତ ନିଯୁକ୍ତି କ୍ଷେତ୍ରରେ ସମର୍ଥନ ଯୋଗାଇଦେବାବେଳେ ଡିବିଏଫ୍‌ ସେଣ୍ଟର୍‌ରେ ଦୈନନ୍ଦିନ କାର୍ଯ୍ୟକଳାପର ଦାୟିତ୍ୱ ତୁଲାଇବ ।