ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଷ୍ଟାର୍ଟଅପ ଓଡିଶା ଯାତ୍ରା ୨.୦ ର ଦିନକିଆ ଶିବିର ଅନୁଷ୍ଠିତ l

ଗୁଣୁପୁର -୧୪/୦୯(ସିଦ୍ଧାର୍ଥ ଦାଶ) – ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଆଜି ଷ୍ଟାର୍ଟଅପ ଓଡିଶା ଯାତ୍ରା ୨.୦ ର ନୂତନ ବିଚାର ଧାରା ସମ୍ପର୍କୀୟ ଦିନକିଆ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଭୁବନେଶ୍ୱର ସ୍ତିତ କଳିଙ୍ଗ ଇନ୍ଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ବିଜ଼ନେସ ଇନ୍କୁବେଟର ର ଯାନ୍ତ୍ରିକ ପରିଚାଳକ ମନୀଷ କୁମାର ସିଂ ଏବଂ ସୋମେଶ କୁମାର ସାହୁ ଷ୍ଟାର୍ଟଅପ ଓଡିଶା ପ୍ରତିନିଧି ଭାବେ ଯୋଗ ଦେଇ ଷ୍ଟାର୍ଟଅପ ଓଡିଶା ଯାତ୍ରା ୨.୦ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଉଦଘାଟନ ଉତ୍ସବରେ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ. ଏ .ବି .ଶ୍ରୀନିବାସ ରାଓ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିଲେ l

ବିଶ୍ଵବିଦ୍ୟାଳୟର ଡିନ ଏକାଡେ଼ମିକସ ଡ଼ଃ ଏ ଭି ଏନ ଏଲ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀଙ୍କର ନୂତନ ଚିନ୍ତାଧାରା ଉପରେ ଆଲୋକପାତ କରିବା ସହ ଏହି ଚିନ୍ତାଧାରାକୁ ଭବିଷ୍ୟତରେ ଆଗକୁ ନେବା ପାଇଁ ଉଚ୍ଛାହିତ କରିଥିଲେ l ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ୪୯ ଗୋଟି ନୂତନ ଚିନ୍ତାଧାରା ଏହି ଶିବିରରେ ପ୍ରଦର୍ଶିତ କରାଯାଇଥିଲା l ବିଶ୍ଵବିଦ୍ୟାଳୟର ଉଦ୍ୟେଗକାରୀ ବିଭାଗର ସଂଯୋଜକ ରାଧାନାଥ ପାତ୍ର , ଡ଼ଃ ସଚ୍ଚିକାନ୍ତ ଦାଶ, ଶଶାଙ୍କ ଶେଖର ପଣ୍ଡା , ଡ଼ଃ ଦୀପ୍ତି କାନ୍ତ ଆଚାର୍ଯ୍ୟ , ଡ଼ଃ ପ୍ରତିଭା କର ,ଡ଼ଃ ସୁମନ ମିଶ୍ର ,ବି ବିକ୍ରମ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଶିବିର ଶେଷରେ ଡ଼ଃ ସନ୍ତୋଷ କୁମାର ବିନ୍ଧ୍ୟଣୀ ଧନ୍ୟବାଦ ଅର୍ପଣ କରିଥିଲେ l