ଚନ୍ଦ୍ରପୁର,/ ମୁନିଗୁଡା -୧୧/୦୯(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କୁମୁଡ଼ାବାଲି ନିକଟ ବାଲୁଙ୍କେସ୍ୱର ମନ୍ଦିର ଗୋଷ୍ଟି ଗୃହ ପରିସରରେ ରାୟଗଡା ଜିଲ୍ଲା ଶୋଳଖଣ୍ଡିୟ ଗୌଡ଼ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ଜିଲ୍ଲାର ଏଗାର ଗୋଟି ବ୍ଲକ ର ସଭାପତି ସମ୍ପାଦକ ଓ ବୟଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଜିଲାସଭାପତି ତଥା ରାୟଗଡାର ବରିଷ୍ଟ ଆଇନଜିବୀ ଶ୍ରୀବ୍ରଜସୁନ୍ଦର ନାୟକ ଯୋଗ ଦେଇଥିବା ଵେଳେ ଉପସଭାପତି ତ୍ରିନାଥ ଗୌଡ଼ ଓସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀଵୀ ଶ୍ରୀ ବୃନ୍ଦାବନ ଗୌଡ଼ ଯୋଗଦେଇଥିଲେ । ସଭାଆରମ୍ଭରୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ର ରେ ଫୁଲ,ଚନ୍ଦନ, ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା । ପରେ ଉପସ୍ଥିତି ସମ୍ମାନିତ ଅତିଥି ଙ୍କୁ ବ୍ଲକ ସଭାପତି ଶ୍ରୀପଦ୍ମନାଭ ବେହେରା ଉପଢୌକନ ପ୍ରଦାନ କରିଥିଲେ ।ଏତଦ୍ ବ୍ୟତିତ ବ୍ଲକ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ଗୌଡ ଆସିଥିବା ସମସ୍ତ ବ୍ଲକ ସଭାପତିଙ୍କୁ ଉପଢୌକନ ଦେଇ ପରିଚିତ କରାଇଥିଲେ।ଉକ୍ତ ବୈଠକରେ ଜାତିଭିତ୍ତିକ ଵହୁ ସମସ୍ୟା ସମାଧାନ ନ ହୋଇ ପଡି ରହିଥିଲା। ଆଜି ତାହା ଜିଲ୍ଲାସଭାପତି ଶ୍ରୀନାୟକ ଓ ବରିଷ୍ଠ ଜାତି ମୁରଵୀଙ୍କ ସହମତିରେ ପଡିରହିଥିବା ଜାତି ଭିତ୍ତିକ ଵିଭିନ୍ନ ସମସ୍ୟାର ସମାଧାନ ହୋଇପାରିଥିଲା ଏଵଂ ଜାତିର ସାଙ୍ଗଠନିକ ଉନ୍ନତି ପାଇଁ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ପ୍ରୟାସ ଜାରି ରଖିବିକୁ ସଭାପତି ତଥା ମୁରଵୀମାନେ ମତପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁନିଗୁଡାପଞ୍ଚାୟ ସଭାପତି ହାଡ଼ିପା ଗୌଡ଼,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦୋରା ଆଗୁଳ ଉପସଭାପତି ଚିତରଂଜନ ଗୌଡ଼ ସମ୍ପାଦକ ପ୍ରସାଦ ମହାନକୁଡ଼ ଏହାକୁ ସହଯୋଗ କରିଥିଲେ ଧ୍ରୁଵ ଚରଣ ଗୌଡ଼,ଉଦ୍ଧବ ଗୌଡ଼,ଅଚ୍ୟୁତ ଗୌଡ଼,ରମେଶ ଗୌଡ଼ ଓପିଣ୍ଟୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।