ରାୟଗଡା,୧୦/୦୯ (ପ୍ରଫୁଲ୍ଲ କୁମାର ବେହେରା): ସ୍ଥାନୀୟ ସର୍କିଟ ହାଉସ କୁ ଜାତୀୟ ଆଦିବାସୀ କମିଶନ ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ଗସ୍ତରେ ଆସିଥିଲେ, ସେ ରାୟଗଡା ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ବିଷୟ ବସ୍ତୁକୁ ନେଇ ଆଲଚନା କରିଥିଲେ, ତାଙ୍କ ସହିତ ରାୟଗଡା ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ଓ ପରିଷଦ ସଦସ୍ୟ ମାନେ ରାୟଗଡା DFO ଙ୍କ ବିରୁଦ୍ଧ ରେ ଅଭିଯୋଗ ଓ ଦାବିପତ୍ର ପ୍ରଦାନ କରିଛନ୍ତି, ଉକ୍ତ ଦାବିରେ ଉଲେଖ ଯେ ଗତ କିଛି ଦିନ ତଳେ ବନ ବିଭାଗ କାର୍ଯ୍ୟାଳୟ ରେ ଚାଷୀ ଏକତା ପରିଷଦ ର ସଦସ୍ୟ ମାନେ ଦାବିପତ୍ର ଦେବାକୁ ଯାଇଥିବା ସମୟରେ DFO ନିଜେ ଦୁର୍ଭେବାହାର କରିଥିଲେ ଓ ଗାଳି ଗୁରଜ କରିଥିଲେ, ଏହି ବିଷୟ କୁ ନେଇ ଚାଷୀ ଏକତା ପରିଷଦ ଜାତୀୟ ଆଦିବାସୀ କମିଶନ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଉକ୍ତ ଦାବି ପାତ୍ର ପ୍ରଦାନ ବେଳେ ଜ଼ିଲ୍ଲା ସାଧାରଣ ସମ୍ପଦକ ଶଙ୍କର ନାଇଡୁ, ସଂଗଠନିକ ସମ୍ପାଦକ ପ୍ରିତମ କୁମାର, ସମ୍ପାଦକ କଟେଶ ଗାଣ୍ଟା, ରମେଶ ପୁଆଲା, ସମେତ କର୍ମୀମାନେ ଉପସ୍ଥିତ ଥିଲେ