ବିଷମ କଟକ/ରାୟଗଡ-୦୮/୦୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲ୍ଲାପାଳ ସ୍ୱାଧାଦେବୀ ସିଂ ଆଜି ବିଷମ କଟକ ବ୍ଳକ ଗସ୍ତ କରି ଫେରିଛନ୍ତି । ବିଷମ କଟକ ଗସ୍ତ ରେ ପ୍ରଥମେ ଜିଲ୍ଲାପାଳନ ବିଷମ କଟକ ସଦର ମହକୁମାର ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ରେ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଗସ୍ତ କରି ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ସରକାର ଙ୍କ ୫ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରିକରଣ ହୋବାକୁ ଥିବା ହାଟମୁନିଗୁଡା ଆଦିବାସି ବାଳିକା ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟ ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନର ମାନ ନିର୍ଦ୍ଧାରଣ କରିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ବିଦ୍ୟାଳୟ କକ୍ଷ,ଛାତ୍ରୀ ବାସ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚାନ କରି ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁରୂପ କୁଟ୍ରାଗଡା ଗ୍ରାମ ପଞ୍ଚାୟ ଲତ ର ହୁକୁମତେଳା ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
କୁଟ୍ରାଗଡ ଗ୍ରସ୍ତ ସାରି ବିଷମ କଟକ ଜଗନ୍ନଥ ମନ୍ଦିର କୁ ଯାଇ ମନ୍ଦିର ବେଡା ବୁଲିବା ସହ ମନ୍ଦିର ପାରିପଶ୍ୱିର୍କ ଉନ୍ନତି ଦିଗରେ ଗୁରୁତ୍ୱ ଦେବାକୁ ଏବଂ ମନ୍ଦିର ପରିଷର ଆଲୋକି କରଣ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ବିଷମ କଟକ ଗସ୍ତ ସାରି ଜିଳ୍ଲାପାଳ ଚାଟିକୋଣା ସ୍ଥିତ ଆଦିବାସୀ ବ୍ୟାକ୍ଷାକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଦିମ ଜନଜାତି ମହିଳା ଙ୍କୁ ସ୍ୱାବଲମ୍ବି ହେବା ନିମନ୍ତେ କୁର୍ଲୀ ମହିଳା ମହାସଂଘ କୁ ୪୦ଲକ୍ଷ ୩୦ହଜାର,ମୁନିଗୁଡା ବ୍ଲକର ମୁନିଖୋଲ ମହିଳା ମହାସଂଘ ଙ୍କୁ ୧୫ଲକ୍ଷ ୭୦ହଜାର ସର୍ବମୋଟ ୫୬ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହା ପରେ ସପୁରି ପକ୍ରିୟକରଣ ପ୍ରକଳ୍ପ ନିମନ୍ତେ ନିମିତି ହୋଇଥିବା କୋଠା ବୁଲି ଦେଖିବା ସହ କୁର୍ଲୀ ସରପଞ୍ଚ ଙ୍କ ସହ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆଲୋଚାନ କରିଛନ୍ତି । ଏହାପରେ ଚାଟିକୋଣା ରାଜସ୍ୱଅଧିକାରୀ କାର୍ଯ୍ୟାଳୟ ପରିଷରରେ ଗୌଡଗୁଡା ଏବଂ ମଣ୍ଡାପାଇ ଗ୍ରାମ ର ୪୭ ଜଣ ଙ୍କୁ ଜଙ୍ଗଲ ଜମି ପଟ୍ଟା ବଂଟନ କରିଛନ୍ତି ।
ଜିଲ୍ଲାପାଳ ସ୍ୱାଧାଦେବୀ ସିଂ ଗ୍ରସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ, ତହସିଲଦାର ଶୁଭେନ୍ଦୁ ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରତ୍ୟୁସ୍ ତ୍ରିପାଠୀ. ଏବଂ ପ୍ରଶାନ୍ତ ପାଣିଗ୍ରାହୀ,ଏପିଓ ମାନସି ପାତ୍ର,ସିଡିପିଓ ସୁସିଲା ଶବର, ମଙ୍ଗଳ ଅଧିକାରୀ ସୁଭପ୍ରଦା ସାସମଲ, ସ୍ୱତନ୍ତ୍ର ଅଧିକାରୀ ଡିକେଡିଏ ଚୌତନ୍ୟ ମାଝି, ଆଦିମ ଜନଜାତି ସଶକ୍ତିକରଣ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢି, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯୋଶଦା ହୁଇକା, କୁର୍ଲୀ ସରପଞ୍ଚ ସୁବର୍ଦ୍ଦନି ୱାଡକା, ସମସ୍ତ କନିଷ୍ଟ ଯନ୍ତ୍ରୀ ମାନେ ଉପସ୍ତିତି ଥିଲେ । ଜିଲ୍ଲାପାଳ ଙ୍କ ବିଷମ କଟକ ବ୍ଳକ ପ୍ରଥମ ଗସ୍ତ ହୋଇଥିବା ବେଳେ ବ୍ଲକର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଅଧିକାରୀ ମାନେ ସଜାଗ ରହିଥିଲେ । ତେବେ ଜିଲ୍ଲାପାଳ ବ୍ଳକର ବିଭିନ୍ନ ଅଂଚଳ ବୁଲିବା ସହ ଉନ୍ନୟନ ମୁଳକ କାର୍ଯ୍ୟ ଏବଂ ଜନହିତକର କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାପାଇଁ ବିଡିଓ ଙ୍କ ନିର୍ଦ୍ଦେଶ ଦେଇଥିଲେ ।