ଟାଙ୍ଗୀ : ଆକ୍ସନ ମୁଡ ରେ ଦିଗ୍ ବିଜୟ ପାଣି ପାଇପ୍ ଚୋରୀ ଘଟଣାରେ ୬ ଗିରଫ, ୧୦ ଲକ୍ଷ ଟଙ୍କାର ପାଣି ପାଇପ୍ ଜବତ

ଟାଙ୍ଗୀ:-୩୦/୮(ବିନୁ ଦାସ୍):-ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ଉଦିଷ୍ଟ ହୋମ ପାଇପ୍ ଚୋରୀ ବେଳେ ମାଡି ବସିଲା ଟାଙ୍ଗୀ ପୋଲିସ , ୧୦ ଲକ୍ଷ ଟଙ୍କାର ଜଳ ଯୋଗାଣ ପାଇପ୍ ସହିତ ଗୋଟିଏ ଆଇଚର୍ ଟ୍ରକ ଓ ଗୋଟିଏ ହାଇଡ୍ରା ଜବତ , ୬ ଗିରଫ । ପାନୀୟ ଜଳଯୋଗାଣ ପାଇଁ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ପାନୀୟ ଜଳଯୋଗାଣ ମେଗା ପ୍ରକଳ୍ପ ଜରିଆରେ ଚିଲିକା, ବାଣପୁର, ଟାଙ୍ଗୀ ଆଦି ବ୍ଲକ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାଣି ସପ୍ଲାଇ ପାଇପ୍ ( ହୋମ୍ ପାଇପ୍ ) ଗଛ୍ଛିତ ରଖାଯାଇଥିବା ବେଳେ କେତେକ ବ୍ୟକ୍ତି ଅତି ଚତୁରତାର ସହିତ ନିଜକୁ ସେହି ବିଭାଗର କର୍ମଚାରୀ ବୋଲି ସାଧାରଣରେ ପରିଚୟ ଦେଇ ଅନ୍ୟତ୍ର କାର୍ଯ୍ୟ ପାଇଁ ସ୍ଥାନାନ୍ତର କରାଯାଉଛି ବୋଲି ଅଭିନୟ ଆଧାରରେ ସେହି ପାଣି ପାଇପ୍ ସବୁ ଚୋରୀ କରୁଥିଲେ । ଏହା ଜଣାପଡିବା ପରେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗ୍ ବିଜୟ ବିଶ୍ୱାଳ ଙ୍କ ନେତୃତ୍ବରେ ଗଠିତ ପୋଲିସ ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୦ ଲକ୍ଷ ଟଙ୍କାର ଚୋରୀ ପାଇପ୍ ଜବତ କରିଛି ଟାଙ୍ଗୀ ପୋଲିସ । ଏହା ସହିତ ଏହି ଚୋରୀ ଘଟଣାରେ ବ୍ୟବହୃତ ହୋଇଥିବା ଗୋଟିଏ ଆଇଚର୍ ଟ୍ରକ ଏବଂ ଗୋଟିଏ ହାଇଡ୍ରା ମେସିନ କୁ ମଧ୍ୟ ପୋଲିସ ଜବତ କରିଛି ।

ଚୋରୀ ଘଟଣାରେ ସମ୍ପୃକ୍ତି ଥିବା ୬ ଜଣ ଯଥା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଝରିଆ ଗ୍ରାମର ମହେଶ୍ବର ପଲେଇ , ସୁନ୍ଦରପୁର ଗ୍ରାମର କାହ୍ନୁ ସାହୁ , ଉଦୟଗିରି ଗ୍ରାମର ବିକ୍ରମ ବେହେରା , ପିପିଲି ଥାନା ପିପିଲି ଗ୍ରାମ ମଠ ସାହିର ଆନନ୍ଦ ବେହେରା , ଏୟାର ଫିଲ୍ଡ ( ଭୁବନେଶ୍ୱର ) ବଡଗଡ ଗ୍ରାମ ଦୋଳମଣ୍ଡପ ସାହିର ଅମୂଲ୍ୟ କୁମାର ଦାସ ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଥାନା ନିରୀକ୍ଷକ ଦୀଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି ।ସୂଚନା ଯୋଗ୍ୟ କି ବିଗତ କିଛି ଦିନ ତଳେ ଦୁଇଟି ଅନ୍ତର୍ଜାତୀୟ ଚୋରା ପାଇପ ରାକେଟ କୁ ବାଲୁଗାଁ ଉପଖଣ୍ଡର ଦକ୍ଷ ଅଧିକାରୀ ମାନସ ରଞ୍ଜନ ବାରିକ ଏବଂ ପୂର୍ବତନ ଥାନାଧିକାରୀ ବିଜୟ ମଲ୍ଲିକ କୋଟି କୋଟି ଟଙ୍କାର ପାଇପ ଏବଂ ଗାଡ଼ି କ୍ରେନ ଆଦି ଜବତ ହୋଇ ଅନେକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ପୁନର୍ବାର ହୋମ ପାଇପ ଚୋରି ପୁଣି ଏକ ଆନ୍ତର୍ଜାତୀୟ ଡ଼କାୟତ ଗ୍ୟାଙ୍ଗ ସମ୍ପୃକ୍ତ ଥିବାର ଅନୁମାନ କରାଯାଉଛି।ଏଭଳି କ୍ଷେତ୍ରରେ ଟାଙ୍ଗୀ ଥାନା ଆଇଆଇସି ଦିଗ୍ ବିଜୟ ବିଶ୍ବାଳଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସମୟରେ ନେଉଥିବା ବିଚକ୍ଷଣ ପ୍ରଶାସନିକ ପଦକ୍ଷେପକୁ ଅଞ୍ଚଳ ବାସୀ ସ୍ୱାଗତ ଜଣେଇବା ସହିତ ବାଲୁଗାଁ ଉପଖଣ୍ଡ ଅଧିକାରୀ ମାନସ ରଞ୍ଜନ ବାରିକଙ୍କ ଭଳି ଜଣେ ଦୁଃସାହସିକ ଦକ୍ଷ ପ୍ରଶାସନିକ ଅଧିକାରୀ ଙ୍କର ସହଯୋଗ କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ।