ରାମନାଗୁଡା ରେ ଶିକ୍ଷା ବିଭାଗର ସଞ୍ଚାର-୩ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ରାମନାଗୁଡା/ରାୟଗଡା,୨୫/୮(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବୁଧବାର ଦିନ ଶିକ୍ଷକ, ଅଭିବାବକ, ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଦିବସିୟ ସଂଚାର-୩ ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସୃଜନ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ହିମିରିକା ଉପସ୍ଥିତ ରହି ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରି ସାରିବା ପରେ ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଲ୍ଲିକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମିରିକା ଏହି ତାଲିମ ଶିବିର ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଗୁଲୁମୁଣ୍ଡା ସି ଆର ସିସି ରମେଶ ମିଶ୍ର ସଂଚାର-୩ କୁ ସମ୍ପାଦନା କରିଥିଲେ,ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ର ସହାୟତା ଯୋଗାଇ ଦିଆ ଯାଇଛି ଏବଂ ଆଗାମୀ ଦିନରେ ସହାୟତା ଯୋଗାଇଦେବାକୁ ଆମେ ପ୍ରତିଶୃତି ବଦ୍ଧ ବୋଲି ବି ଆର ପି ଲଷ୍ମୀ ପାଣିଗ୍ରାହୀ କହିଥିଲେ ,ଏହି ଶିବିରରେ ନିଲାମଗୁଡ଼ା,ଗୋଗୁପାଡୁ, ଗୋସେଇଁ ଗୁଲୁମୁଣ୍ଡା, ପାରୀକ୍ଷିତି,ଗୁଲୁଣ୍ଠି, ପେଣ୍ କାମ ,ପଂଚାୟତ ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ, ଶେଷରେ ବିଆରପି ଶ୍ରୀମତୀ ଲଷ୍ମୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।