ଢେଙ୍କାନାଳ,୧୬/୮(ଶୁଭମ ପାଣି): ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ୪୭ ଅଭିଯୋଗକାରୀ ସେମାନଙ୍କ ଦରଖାସ୍ତ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଏସ୍ପି ଲୋଗାନୟାଗୀ ଦିବ୍ୟା ଭି. ଯୋଗଦେଇ ଅଭିଯୋଗର ଶୁଣାଣି କରିଥିଲେ । ଅଭିଯୋଗ ମଧ୍ୟରୁ ବାର୍ଦ୍ଧକ୍ୟ, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟ ନେଇ ୪୫ଟି ବ୍ୟକ୍ତିଗତ ଅଭିଯୋଗ ଓ ୨ଟି ଗ୍ରାମର ସମସ୍ୟା ସଂପର୍କୀତ ସାମୂହିକ ଅଭିଯୋଗ ରହିଥିଲା । ଶିବିର ସ୍ଥଳରେ ମୋଟ୍ ୩୯ଟି ଅଭିଯୋଗର ଫଇସଲା କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ସେଠୀ ନିଦେ୍ର୍ଦଶ ଦେଇଥିଲେ । ଶିବିରରେ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।