ରାୟଗଡ,୧୨/୦୮(ପ୍ରଫୁଲ୍ଲ କୁମାର ବେହେରା) : ଆଜଦି କି ଅମ୍ରିତ ମହୋତ୍ସବ ଆନୁକୂଲ୍ୟରେ ଭାରିତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଦ୍ଵାରା ଏକ ସାପ୍ତାହିକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଗତ ୧୧.୦୮.୨୨ରିଖଦିନ ଆୟୋଜନ କରାଯାଇଛି l ଏଥିରେ ପେନସନର ଦିବସ ସହିତ ଉପଭୋକ୍ତା ସଭା ଆୟୋଜନ କରା ଯାଇଥିଲା l ବିଭିନ୍ନ ବାଣିଜିକ ଅନୁଷ୍ଠାନ, ସ୍କୁଲ କଲେଜ ସହିତ ବ୍ୟାଙ୍କିଙ୍ଗ ସେବାର ସଂଯୋଗୀ କାରଣ ସହ ବ୍ୟାଙ୍କ ଉତ୍ପାଦ ର ଆବଶ୍ୟକତା ଓ ଅର୍ଥନୀକ ବିକାଶ ବିଷୟ ରେ ଅବଗତ କରାଯାଇଛି l ଡାକ୍ତର ଓ ଅନ୍ୟ ପ୍ରଫେସନାଲ ସହ ସରକାରୀ ବିଭାଗର ପଦସ୍ଥ ଅଧିକାରୀ ସହ ସମନୟ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମ ର ଉଦ୍ୟାଶ ଥିଲା l ସର୍ବ ଶେଷର ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ମୁଖ୍ୟ ଶାଖା ତରଫରୁ ଏକ ରାଲି ର ଆୟୋଜନ କରାଯାଇଛି. ଏହା ମୁଖ୍ୟ ଶାଖା ପରିସର ରୁ ଆରମ୍ଭ କରାଯାଇ ରାୟଗଡା ଡେଲି ମାର୍କେଟ ପରିକ୍ରମା କରାଯାଇଥିଲା l ଏହାର ଉଦ୍ୟାଶ ଷ୍ଟେଟ ବ୍ୟାଙ୍କ ର ବିଭିନ୍ନ ଜମା ଓ ନିବେଶ ଲାଭ ବିଷୟ ରେ ଜନ ସାଧାରଣ ପାଖରେ ପହଂଚାଇବା l ଏହି କାର୍ଯ୍ୟକ୍ରମ କ୍ଷେତ୍ରୀୟ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁ ସହ ଶାଖା ର ମୁଖ୍ୟ ପରିଚାଳକ ସରୋଜ କାନ୍ତ ବେହେରା ଅନ୍ୟ ଅଧିକାରୀ ମୁଖ୍ୟ ପରିଚାଳକ ମନୋଜ ବେହେରା ମୁଖ୍ୟ ପରିଚାଳକ ତୁଳସୀ ଦାସ ପାଢ଼ୀ ଦେବେନ୍ଦ୍ର ବାଉରୀ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ