ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା,10/08(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ହେଲେ ୧୦୮ ଆମ୍ବୁଲାନ୍ସ ଯୋଗେ କୋରାପୁଟ ନେବା ସମୟରେ ଆମ୍ବୁଲାନ୍ସ ଅଳ୍ପ କିଛି ଦୂରରେ ଯାଇଥିବା ବେଳେ ରାୟଗଡ଼ା ସହରର କୋରାପୁଟ ଛକରେ ନିକଟରେ ଆମ୍ବୁଲାନ୍ସ ଟି ଖରାପ ହେବାରୁ ଅଟକିଲା ଫଳରେ ରୋଗୀ ସାଇଜଗନ ଦାସ (୧୧) ଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କ ପରିବାର ଏଥିପାଇଁ ଚିନ୍ତିତା ହୋଇପଡିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଆମ୍ବୁଲାନ୍ସ ନଥିବାରୁ ଛୋଟିଆ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ଏଭଳିକି ଅକ୍ସିଜେନ ସହାୟତାରେ ସେହି ଭଙ୍ଗା ଆମ୍ବୁଲାନ୍ସ ଭିତରେ ସେ ରହିଛନ୍ତି। କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଠାରୁ ଆଉ ଏକ ଆମ୍ବୁଲାନ୍ସ ଆସିଲେ ସେଥିରେ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜରୁରୀ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ରହୁନଥିବା କାରଣରୁ ଏହିଭଳି ଅବସ୍ଥା ବାରମ୍ବାର ସୃଷ୍ଟି ହେଉଛି।