ଢେଙ୍କାନାଳ, ୧୦/୦୮(ଶୁଭମ ପାଣି ) : ଡାକ ସେବାକୁ ଘରୋଇକରଣ ଆଦି ୨୦ଦଫା ଦାବିରେ ଆଜି ଅଖିଳ ଭାରତ ଡାକ କର୍ମଚାରୀ ସଂଘ ଡ଼ାକରାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ କର୍ମଚାରୀ । ଫଳରେ ଢେଙ୍କାନାଳ ଜିଲ୍ଲା ବ୍ୟାପି ଡାକ ଘର ବନ୍ଦ ରହିଥିବାବେଳେ ଡାକ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏପରିକି ଢେଙ୍କାନାଲ ଡ଼ାକମଣ୍ଡଳ ଅନ୍ତର୍ଗତ ଅଭିଭକ୍ତ ଢେଙ୍କାନାଲ ଓ ଅନୁଗୁଳ ଜିଲ୍ଲାର ସମସ୍ତ ଡାକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏ ପ୍ରରିପେକ୍ଷିରେ ଢେଙ୍କାନାଲ ମୁଖ୍ୟ ଡାକଘର ସମ୍ମୁଖରେ ଡାକ କର୍ମଚାରୀ ମାନେ ବିଭିନ୍ନ ନାରବାଜି କରି ସମୂହ ଧାରଣାରେ ବସି ଧର୍ମଘଟ ଚାଲୁରଖିଛନ୍ତି । ଡାକ ସେବାକୁ ଘରୋଇକରଣ ନକରିବା , ବକେୟା ପେନସନ ପ୍ରଦାନ, ଖାଲି ଥିବା ଡାକ କର୍ମଚାରୀ ପଦବୀ ପୂରଣ ଆଦି ୨୦ଦଫା ଦାବି ପୂରଣ ପାଇଁ ଅଖିଳ ଭାରତ ଡାକ କର୍ମଚାରୀ ସଂଘ, ଢେଙ୍କାନାଲ ମଣ୍ଡଳ ସଭାପତି ଚନ୍ଦ୍ର ଶେଖର ସିଂଙ୍କ ସମେତ ଡାକ କର୍ମଚାରୀ ଅଡିବସିଛନ୍ତି ।