ଜାତୀୟ କୃମି ନାଶକ ଦିବସ ନିମନ୍ତେ ଶିକ୍ଷକ ଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନଗୁଡ଼ା/ରାୟଗଡ,୧୦/୦୮(ପ୍ରଫୁଲ୍ଲ କୁମାର ବେହେରା):ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାମନାଗୁଡା ପକ୍ଷରୁ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପଂଚାୟତ ସମିତି ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ସହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ମହାବିଦ୍ୟାଳୟ ର ଅଧ୍ୟାପକ ସମେତ ୧୧୭ ଟି ବିଦ୍ୟାଳୟ ର ଶିକ୍ଷକ ଉକ୍ତ ତାଲିମ ଶିବିର ରେ ଅଂଶ ଗ୍ରହଣ କରିଥିଲେ।ଏହି ତାଲିମ ଶିବିରରେ ଜାତୀୟ କୃମି ନାଶକ ଦିବସ କୁ ଅଗଷ୍ଟ ୧୨ ତାରିଖ ଦିନ ପାଳନ କରାଯିବ ଏବଂ ୧ ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କୃମି ନାଶକ ବଟିକା ଦିଆଯିବା ସହ ୧ ରୁ ୫ ବର୍ଷ ବୟସ ର ପିଲା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ,ଆଶା କର୍ମୀ ଙ୍କ ଦ୍ଵାରା ପ୍ରଦାନ କରାଯିବ ସେହିପରି ୬ ବର୍ଷ ରୁ ୧୯ ବର୍ଷ ବୟସ ପିଲା ମାନଙ୍କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଦିଆଯିବା ପାଇଁ ଉପସ୍ଥିତ ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ଶିବିରରେ ବାର୍ତା ପ୍ରଦାନ କରାଯାଇଥିଲା। ୧୧ ଟି କ୍ଳଷ୍ଟର ସି ଆରସିସି ମାନଙ୍କ ଦ୍ୱାରା ସମସ୍ତ ଶିକ୍ଷକ ମାନଙ୍କୁ କୃମି ନାଶକ ବଟିକା ,ଓ ଆର ଏସ ପ୍ୟାକେଟ ,ଆଇଇସି ସାମଗ୍ରୀ ରିପୋର୍ଟ ପ୍ରଦାନ କରାଯାଇଥିଲା ।ଏଥିରେ ଜନସ୍ୱାସ୍ତ୍ୟ ସମ୍ପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର ସିଦ୍ଧାର୍ଥ ମଲ୍ଲିକ , ଡାକ୍ତର ଭାଗବତ ପ୍ରସାଦ ପାଢ଼ୀ ତାଲିମ ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ କମଳାକର ରାଓ ପରିଚାଳନା କରିଥିଲେ।