ରାୟଗଡା,(ପ୍ରଫୁଲ୍ଲ କୁମାର ବେହେରା) : ବିଶ୍ୱ ଆଦିବାସୀ ଦିବସରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକକୁ ହଇଜା ମହାମାରୀ ମୁକ୍ତ କରିବା ପାଇଁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଘେରାଉ । ଏ.ଡି.ଏମ୍ ସୋମନାଥ ପ୍ରଧାନଙ୍କୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ୬ ଦଫା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ କରାଗଲା। ଭିବ୍ରିୟ କଲେରା, ଝାଡ଼ାବାନ୍ତିରେ ମୃତ୍ୟ ହେଇଥିବା ପ୍ରତ୍ୟେକ ପରିବାରଙ୍କୁ 20 ଲକ୍ଷ୍ୟ ଟଙ୍କା, ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ 5 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦିଆଯାଉ| ଏକ ପଦଯାତ୍ରା ଯାହା ରାୟଗଡା ରେଳ ଷ୍ଟେସନରୁ ବାହାରିଥିଲା,ପଦଯାତ୍ରାକୁ ଭଣ୍ଡୁର କରିବା ପାଇଁ ରାୟଗଡା ଆଇ.ଆଇ.ସି ଅଟକାଇଥିଲେ, ପୋଲିସ ସହ ଧସ୍ତାଧସ୍ତି ହେଇଥିଲା ପରେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ପହଁଚି ଏକ ଗଣ ପ୍ରତିବାଦ ଆୟୋଜନ ହେଇଥିଲା| ଏହି ଆନ୍ଦୋଳନର ନେତୃତ୍ୱ ଭାକପା ମାଲେ, ଓଡିଶା, ରାୟଗଡା ବ୍ଲକ ସଭାପତି ଆଗରୁ ନାଗରାଜୁ, ରାୟଗଡା ଯୁବ ନେତା ଭେଙ୍କଟେଶ, ଭାକପା ମାଲେ ଓଡିଶା କମିଟି ସଦସ୍ୟ ରାମଚନ୍ଦ୍ର ପାସ୍କା, ଭକପା ମାଲେର ମୂର୍ତି ମିନିଆକା, ଦିଲୀପ କୁମାର ସିଂହ, କଣ୍ଡା ବାବୁ ନାଇଡୁ, ମେଦରୀ ଗରଡ଼ିଆ, ଶ୍ରୀମତୀ ମାଙ୍ଗମା, ଶ୍ରୀମତୀ ରମ୍ବା ତାଡୀଙ୍ଗି, ଶ୍ରୀମତୀ ବାସନ୍ତୀ ରାଉତ ସହ ଭୁବନେଶ୍ୱରରୁ ଭାକପା ମାଲେର ଯୁବ ନେତା ମଧୁସୂଦନ ଯୋଗ ଦେଇଥିଲେ|
“ମହାମାରୀ ମୁକ୍ତ” କାଗଜରେ ନରଖି କାର୍ଯ୍ୟକାରୀ କରନ୍ତୁ, ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନର ସହ ରୋଜଗାର ଦେବା ବ୍ୟବସ୍ଥା କର l
ପ୍ରତ୍ୟେକ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ, ନାଳ ନର୍ଦ୍ଧମାର ନିୟମିତ ସଫେଇ, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି,ଶିକ୍ଷାଳୟ, ଶିକ୍ଷା ବ୍ୟବସ୍ଥାର ଉନ୍ନତି, ଶୌଚାଳୟ,ପକ୍କା ରାସ୍ତା, ପକ୍କା ଘର, କମ୍ମ୍ୟୁନିଟି ହଲ ନିର୍ମାଣ କରିବା ସରକାର ପ୍ରାଥମିକତା ଦିଅନ୍ତୁl ଦୂଷିତ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାଣିର ବୈଜ୍ଞାନିକ ପରୀକ୍ଷଣ କରାଯିବା ସହ ନଳକୂପରେ ଲଗାଯାଉଥିବା କେସିଙ୍ଗ ପାଇପର ଗଭୀରତା କେତେ, ଆଉ ଏହାର ଜଳ ଦୂଷିତ କରିବାରେ ଯୋଗଦାନ ଅଛି କି ନାହିଁ, ଏ ମାମଲାରେ ଭୂତତ୍ତ୍ଵବିଦ୍ କିମ୍ବା ପରିବେଶ ବିଜ୍ଞାନୀ ମାନଙ୍କ ଏକ ଟିମ୍ ଆସି ଅନୁସନ୍ଧାନ କରନ୍ତୁ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଯଥା ସମ୍ଭବ ଶୀଘ୍ର ଗୋଟେ ରିପୋର୍ଟ ପ୍ରଦାନ କରନ୍ତୁl ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଟଙ୍କା ଖିଆ 5 କିଲୋ ଚାଉଳ ଖାଲି ମିଳୁଛି, ଡାଲି, ଚିନି,ମାଣ୍ଡିଆ ଭଳି ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ସାମିଲ କରାଯାଉ, ଯାହା ଫଳରେ କୌଣସି ଗରିବ, ଆଦିବାସୀ,ଦଳିତ ଅନାହାରରେ ମରିବ ନାହିଁ, କାହାରିକୁ ଆମ୍ବ ଟାକୁଆ ଖାଇବାକୁ ପଡିବ ନାହିଁl
କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଟିକିରି ପ୍ରାଥମିକ ଚିକିତ୍ସାଳୟ, ଉଷାପଡା ଉକ୍ତଳ କମ୍ପାନୀ ଚିକିତ୍ସାଳୟ ବିଭିନ୍ନ ରୋଗୀ ଝାଡ଼ାବାନ୍ତି, ପେଟ ବଥାର ଅଭିଯୋଗରେ ଚିକିତ୍ସା ହେଉଛନ୍ତି, କିଂନ୍ତୁ ତାଙ୍କୁ ଦେଖିବା ପାଇଁ ଆବଶ୍ୟକ ପରିମାଣରେ ଡ଼କ୍ଟର, ନର୍ସ ନାହାଁନ୍ତି, ଆଧୁନିକ ଚିକିତ୍ସା ଉପକରଣ ନାହିଁ,ଔଷଧ ମିଳୁନାହିଁ, ରୋଗୀ ଚଟାଣରେ ଚିକିତ୍ସା ହେବାର ଦୃଶ୍ୟ ମଧ୍ୟ ପଦାକୁ ଆସିଛି, ଏହାର ସ୍ଥାୟୀ ସମାଧାନ କରଯାଉ କାହାକୁ ସାମାନ୍ୟ କାରଣ ପାଇଁ ରାୟଗଡା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ରେଫେର ନକରଯାଉ ତାହା କରିବା ଫଳରେ ସେମାନଙ୍କ ପାଖରେ ଅବଶ୍ୟ କ ଟଙ୍କା ଅଭାବରେ ରୋଗୀ ଘରେ ହିଁ ମରିଯାଉଛନ୍ତି|
ଯଦି ଆଗାମୀ ମାସ ଭିତରେ ଏହି ସମସ୍ୟାର ତତ୍କାଳ ସମାଧାନ ପାଇଁ କୌଣସି ପଦକ୍ଷେପ ନ ନିଆଯାଏ ତାହାହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ|