ଥେରୁବାଲି/ରାୟଗଡା,୦୪/୦୮(ପ୍ରଫୁଲ୍ଲ କୁମାର ବେହେରା) : “ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋକୃଷ୍ଠ ସୁରକ୍ଷା” ଏହାକୁ ପ୍ରମାଣିତ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତି ଇମ୍ଫା ପାରିପାର୍ଶୀକ ଅଞ୍ଚଳ ଗ୍ରାମର ଗ୍ରାମବାସୀ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଗ୍ରାମରେ ପ୍ରତ୍ୟେକ ଘରେ ପାଦ ପକାଉଛି ଡେଙ୍ଗୁ , ମ୍ୟାଲେରିଆ, ଡାଇରିଆ ଓ କୋଭିଡି-୧୯ । ଇମ୍ଫାର କାର୍ଯ୍ୟ ନିର୍ବାହୀ ଉପସଭାପତି ଶ୍ରୀମାନ ଆଶିଷ ରୟଙ୍କ ମାର୍ଗଦର୍ଶନ ରେ ସୁସ୍ଥ ଜୀବନ ହିଁ ସୁରକ୍ଷିତ ଜୀବନ ଉପରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଇମ୍ଫା ର ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ,ଥେରୁବାଲି ଏକ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଏହି କାର୍ଯ୍ୟକ୍ରମରେ କୋଲୋନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର. ଡି. ଶୈଳଜା, ଡକ୍ଟର ଶୁଭଶ୍ରୀ ଦାସ, ଡକ୍ଟର ରଶ୍ମିପ୍ରଭା ଦାସ ଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଜୋଗମାୟା ସାହୁ ଓ କଳ୍ପଳତା ମହାନ୍ତି ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସଚେତନତା ସୃଷ୍ଟି କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଉପ-ମହାପ୍ରବନ୍ଧକ(କାର୍ମିକ ଓ ପ୍ରଶାସନିକ) ଶ୍ରୀମାନ କଲୋଳ କୁମାର ନାୟକ ପ୍ରତ୍ୟେକ୍ଷ୍ୟ ତାତ୍ବାବଧାନ ରେ ଓ ବରିଷ୍ଠ ପରିଚାଳକ (ଲୋକସମ୍ପର୍କ ) ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ସଚେତନତା ଦଳ ବ୍ୟାନର , ପ୍ରଚାର ପତ୍ର ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ଶ୍ରୀମାନ ଶରତ କୁମାର ପାଢୀ ସୋଂଯୋଜନା କରିଥିଲେ ଏବଂ ଏଥିରେ ସୁଶ୍ରୀ ମମତା ପୁଲାକା ସରପଞ୍ଚ ଥେରୁବାଲି , ଶ୍ରୀମାନ ନରସିଂହ କିଲାକା ସରପଞ୍ଚ ଖେଦାପଡା , ସୁଶ୍ରୀ ମାଣିକ ପିର୍ବାକା ସରପଞ୍ଚ ଡୁମୁରିଗୁଡା ଙ୍କ ସହିତ କେଲିଗୁଡା ସମିତି ସଭ୍ୟା ଶ୍ରୀମତୀ ଆଲମେ କାଡ୍ରାକା ଓ ଥେରୁବାଲି ସମିତି ସାଭ୍ୟା ଶ୍ରୀମତୀ ସାମନ୍ତି ହିକକା ଯୋଗଦେଇ ଏହାର ଭୂୟସୀ ପ୍ରଂଶସା କରିଥିଲେ ।
ସ୍ଥାନୀୟ ଅଙ୍ଗନୱାଡି କର୍ମୀ ନୟନା କରକରିଆ, କନକଲତା ମିଶ୍ର , ସରୋଜିନୀ ବାଗ, ତାଉଟିଆମା ମେଲକା , ଅଙ୍କି ହିକକା , ମମତା ଅଟକା, ପଦ୍ମିନୀ ହିମିରିକା, ମୁନି କୌସଲ୍ଯା,ଏମ୍ ଲଳିତା କୁମାରି, ବାସନ୍ତୀ ପଣ୍ଡା, ଗାୟତ୍ରୀ ମହାନ୍ତି, ଲାଲୀ ପାଣିଗ୍ରାହୀ, ବାସନ୍ତି ମାଝି ଓ କେ ହେଲେନ ସୁନିତା ଓ ଆଶାକର୍ମୀ ଅନିତା ସାହୁ , ସେବତୀ ଜାକାକା, ହୀରାମଣି ଗାଣ୍ଟା, ସଞ୍ଜୁ ହିମିରିକା, ସୁଶୀଳା ମହାନନ୍ଦିଆ, ଲଳିତା ପେଦେଣ୍ଟି, ମମତା କଣ୍ଡାଗରି ଆଦି ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇ ପାରିଥିଲା । ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗନେଇ ଓ ପ୍ରେରିତ ହୋଇ ଗ୍ରାମବାସୀ ମାନେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଇମ୍ଫା କର୍ତ୍ତୂପକ୍ଷ ଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ନିଜ ନିଜ ଗ୍ରାମକୁ ମ୍ୟାଲେରିଆ , ଡେଙ୍ଗୁ, ଡାଇରିଆ ଓ କୋଭିଡି-୧୯ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ । ସବୁ ମହଲରେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଇମ୍ଫା ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।