ରାୟଗଡା, ୦୩/୦୮, (ପ୍ରଫୁଲ୍ଲ କୁମାର ବେହେରା): କାଖରେ ତିନି ବର୍ଷର ପୁଅକୁ ଧରି ଜଙ୍ଗଲରୁ ଗାଁ ଆଡକୁ ଆସୁଥିଲେ ମହିଳା । ନଦୀ ପାର୍ ହେବା ବେଳକୁ ହଠାତ୍ ମାଡି ଆସିଲା ବନ୍ୟାଜଳ । ଚାହୁଁ ଚାହୁଁ ନଦୀ ଫୁଲିଗଲା । ଫଳରେ ଭରାନଦୀ ମଝିରେ ଫସିଗଲେ ମାଆ-ପୁଅ । ନଦୀର ପ୍ରବଳ ସ୍ରୋତ ମାଆ-ପୁଅଙ୍କୁ ଭସାଇ ନେଉଥିଲା । ସେପଟେ ନଈରେ ସୁଅ ଏତେ ପ୍ରଖର ଥିଲା ଯେ ଗାଈଗୋରୁ ଭାସି ଯାଉଥିବା ଦେଖିବାକୁ ମିଳିଥିଲା । ହେଲେ ସେଠାରେ ଥିବା ଏକ ବୁଦାକୁ ଧରି ସୁଅରୁ ବର୍ତ୍ତିବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ ମହିଳା ଜଣକ । ଏହିସମୟରେ ସ୍ଥାନୀୟ ଲୋକେ ମହିଳାଙ୍କ ନିକଟକୁ ଦଉଡି ଫିଙ୍ଗି ଥିଲେ ମହିଳା ଜଣକ ଦଉଡି ଧରି ରକ୍ଷା ପାଇ ଯାଇଥିଲେ । ଶେଷରେ ୩ ଘଣ୍ଟା ପରେ ମହିଳାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ ସ୍ଥାନୀୟ ଯୁବକ । ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା