ଦକ୍ଷ ଏବଂ ସ୍ବଚ୍ଛ ବ୍ୟକ୍ତିତ୍ବ ବିଶ୍ବଭୂଷଣ ହରିଚ଼ନ୍ଦନ

ଶୋଲରୀ,ଭାଲେରୀ,ଘଣ୍ଟଶିଳା,ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକା ର ତଟ ଦେଶରେ ବାଣପୁର ମାଟି। ତା ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା ଚ଼କଡ଼ା ପଥର ପାହାଡ଼ ପାଦଦେଶ ରେ ଗୋଡ଼ିଝର ଗ୍ରାମ। ସେହି ମାଟିରେ ୧୯୩୪ ମସିହା ଅଗଷ୍ଟ ୩ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିତ୍ବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ।ତାଙ୍କ ପିତା ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ,ଯିଏକି ଜଣେ ସ୍ବାଧିନତା ସଂଗ୍ରାମୀ,ନିଃସ୍ବାର୍ଥପର ଜନସେବକ ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର। ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ଙ୍କ ଜ୍ୟେଷ୍ଠ ଭ୍ରାତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ,ଯିଏକି ଜଣେ ସମାଜସେବୀ,ସମବାୟବିତ୍,ରାଜନେତା,ଆଦର୍ଶ ଶିକ୍ଷକ,ସୁସଂଗଠକ,ସୁପରାମର୍ଶଦାତା,ବଂଧୁପ୍ରେମୀ ଥିଲେ।
ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ପିଲା ଟି ବେଳୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜ ତଥା ଅଞ୍ଚଳ ର ବିକାଶ ଓ ଉନ୍ନତି।ତାଙ୍କର ପାଠ ପଢ଼ା ସରିବା ପରେ ଓଡ଼ିଶା ହାଇକୋର୍ଟ ରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ।ନିଜର ଦକ୍ଷତା ବଳରେ ଆଇନଜୀବୀ ଭାବେ ବେଶ ପ୍ରଶଂସିତ ହୋଇଥିଲେ।ପରବର୍ତ୍ତି ସମୟରେ ରାଜନୀତି ରେ ଯୋଗଦେଇଥିଲେ।ପ୍ରାକ୍ ଜରୁରୀ ଅବସ୍ଥା ବେଳେ ବିଚ଼ାର ବିଭାଗ ସ୍ବାଧିନତାରେ ହସ୍ତକ୍ଷେପ ଯୋଗୁଁ ଓଡ଼ିଶା ଆଇନଜୀବୀ ଆନ୍ଦୋଳନର ନେତୃତ୍ବ ନେବା ସହିତ ଜୟପ୍ରକାଶଜୀ ଙ୍କ ଆନ୍ଦୋଳନରେ ଭାଗ ନେଇ ଜରୁରୀ ଅବସ୍ଥାରେ କାରାବରଣ କରିଥିଲେ।ତା’ପରେ ୧୯୭୭ ମସିହା ରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚ଼ିତ ହୋଇ ବିଧାନସଭାରେ ପ୍ରତିନିଧିତ୍ବ କରିଥିଲେ।ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କରିବା,ତାଙ୍କର ମୂଳ ଲକ୍ଷ୍ୟ ଥିଲା,ସେହି ଲକ୍ଷ୍ୟ କୁ ସେ ପୂରଣ କରିଥିଲେ।ଭାରତୀୟ ଜନତା ପାର୍ଟି ର ଓଡ଼ିଶା ପ୍ରଦେଶ ର ସଭାପତି ହୋଇ ଦଳ କୁ ଆଗକୁ ନେବାରେ ସଫଳ ମଧ୍ୟ ହୋଇଥିଲେ।ଦୀର୍ଘ ସମୟ ଧରି ତାଙ୍କର ବଳିଷ୍ଠ ନେତୃତ୍ବ ରେ ଓଡ଼ିଶା ରେ ଭାରତୀୟ ଜନତା ପାର୍ଟି ଆଗକୁ ବଢ଼ିଥିଲା।ପରବର୍ତ୍ତୀ ସମୟରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ପୁଣି ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ।ତା’ପରେ ଭୂବନେଶ୍ବର ନିର୍ବାଚ଼ନ ମଣ୍ଡଳୀ ରୁ ବିଧାୟକ ହୋଇଥିଲେ।
ଓଡ଼ିଶାର ବିଭିନ୍ନ ମତ୍ନୀମଣ୍ଡଳ ଖାଦ୍ୟ,ଯୋଗାଣ,ଆଇନ,ଶ୍ରମ,ନିଯୁକ୍ତି ,ରାଜସ୍ବ,ଗୃହନିର୍ମାଣ,ଶିଳ୍ପ,ଗ୍ରାମ୍ୟ ଉନ୍ନୟନ,ମତ୍ସ୍ୟ,ପଶୁ ସଂପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ର ମତ୍ନୀ ଭାବେ ଦକ୍ଷତା,ସାଧୁତା ଓ ଦୂରଦର୍ଶିତା ପ୍ରଦର୍ଶନ କରି ଓଡ଼ିଶାକୁ ବିକାଶ ପଥରେ ଆଗକୁ ନେବାରେ ଶ୍ରୀ ହରିଚ଼ନ୍ଦନ ଙ୍କର ବିଶେଷ ଭୂମିକା ଥିଲା। ଓଡ଼ିଆ,ଓଡ଼ିଆତ୍ବ,ଓଡ଼ିଆ ସଂସ୍କୃତି,ତା’ର ଗର୍ବିତ ଇତିହାସ ଓ ସାମରିକ ପରମ୍ପରା କୁ ପୁନର୍ଜୀବିତ କରି ଓଡ଼ିଆ ଜାତିକୁ ଜାଗ୍ରତ କରିବା ପାଇଁ ସର୍ବଦା ଚ଼େଷ୍ଟିତ।ଓଡ଼ିଶାର ରାଜନୈତିକ,ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ତାଙ୍କର ଲିଖିତ ନିବନ୍ଧ ଗୁଡ଼ିକ ଦୈନିକ ଖବରକାଗଜ ଗୁଡ଼ିକରେ ପ୍ରକାଶିତ ଓ ବହୁ ଚର୍ଚ୍ଚିତ।ପାଇକବିଦ୍ରୋହ ଉପରେ ତାଙ୍କର ଲିଖିତ ନିବନ୍ଧ ଗୁଡ଼ିକ ସାରା ଭାରତବର୍ଷରେ ଚ଼ର୍ଚ୍ଚିତ। ସେ ଅନେକ ପୁସ୍ତକ ଲେଖିଛନ୍ତି,ସେହି ପୁସ୍ତକ ମଧ୍ୟରେ “ମରୁବତାସ”,”ମହାସଂଗ୍ରାମର ମହାନାୟକ”,”ମାତୃଭାଷା”,”ବକ୍ସି ଜଗବନ୍ଧୁ”,”ଶେଷ ଝଲକ”,”ଅସ୍ତିସିଖା”,”ରାଣାପ୍ରତାପ” ଏବଂ ତାଙ୍କ ଆତ୍ମଜୀବନୀ “ସଂଗ୍ରାମ ସରିନାହିଁ” ଅନନ୍ୟ ଓ ବେଶ୍ ପ୍ରଶଂସନୀୟ।
ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ର ସମ୍ମାନନୀୟ ରାଜ୍ୟପାଳ ଅଛନ୍ତି।ରାଜ୍ୟପାଳ ଭାବେ ନିଜ ଦକ୍ଷତା,ସାଧୁତା ଫଳରେ ସେ ଆନ୍ଧ୍ରପ୍ରଦେଶ ର ଜନସାଧାରଣ ଙ୍କ ନିକଟରେ ଅତି ପରିଚ଼ିତ ହୋଇଛନ୍ତି।ସେ ମଧ୍ୟ “କଳିଙ୍ଗ ରତ୍ନ” ଉପାଧିରେ ଭୂଷିତ।ବନ୍ଧୁବତ୍ସଳ,ନିଷ୍କଳଙ୍କ ତଥା ସାଲିସ୍ ବିହୀନ ରାଜନେତା,ଅହଂକାର ଶୂନ୍ୟ ବ୍ୟକ୍ତିତ୍ବ ଏବଂ ଦକ୍ଷ ନେତା ହିସାବରେ ଓଡ଼ିଶା ତଥା ସମଗ୍ର ଦେଶରେ ପରିଚ଼ିତ।ତାଙ୍କ ନିଷ୍ଠା,ସାଧୁତା,ପରୋପକାରୀ,ଦକ୍ଷତା ଆଜିର ଯୁବ ଓ ଛାତ୍ର ସମାଜ ପ୍ରତି ପ୍ରେରଣା।ସେହି ଜନପ୍ରିୟ ନେତା,ବାଣପୁର ମାଟି ତଥା ଓଡ଼ିଶା ର ଗୌରବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ମହୋଦୟ ଙ୍କ ଶୁଭ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଆପଣ ଆହୁରି ସଫଳତା ଶୀର୍ଷରେ ପହଞ୍ଚନ୍ତୁ ଏବଂ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଛି।

ଲେଖକ- ବିଶ୍ବବିଜୟୀ ଦାଶ
ବି.ଏସସି,ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

ବିଶ୍ବବିଜୟୀ ଦାଶ