ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ମଡେଲ ଡିଗ୍ରୀ କଲେଜ ରେ ଛାତ୍ରୀ ବାଟାଲିୟନ ଏନ ସି ସି ରାୟଗଡା ତରଫରୁ CATI ଓ TSC ଏକ ଦଶ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି

ରାୟଗଡା,(ସିଦ୍ଧାର୍ଥ ଦାସ) ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ମଡେଲ ଡିଗ୍ରୀ କଲେଜ ରେ ଛାତ୍ରୀ ବାଟାଲିୟନ ଏନ ସି ସି ରାୟଗଡା ତରଫରୁ CATI ଓ TSC ଏକ ଦଶ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ କମଣ୍ଡାଣ୍ଟ କର୍ଣ୍ଣଲ ଭି ଏସ ଶ୍ରୀନିବାସ ପରିଚାଳନା କରୁଥିବା ବେଳେ ଅନ୍ୟ କମାଣ୍ଡାଣ୍ଟ କର୍ଣ୍ଣଲ ଏ ଏସ ପେନ୍ଧନକର , କ୍ୟାପଟେନ ଅନିତା କୁମାରୀ ପାଢ଼ୀ , ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ , ଫାଷ୍ଟ ଅଫିସର ପ୍ରମିଳା ମହାପାତ୍ର , ସିଟିଓ ଏମ ସୁଜାତା ପ୍ରମୁଖ ସହଯୋଗ କରିଥିଲେ ।

ଏହି କର୍ମଶାଳା ରେ ରାୟଗଡା , ଗୁଣୁପୁର , ନବରଙ୍ଗପୁର , ଜୟପୁର , ପାରଳାଖେମୁଣ୍ଡି , ବ୍ରହ୍ମପୁର , ଭୁବନେଶ୍ୱର ,ପଲସରା , ଆସିକା, ଭଞ୍ଜନଗର , ବୁଗୁଡା ଫୁଲବାଣୀ ଓ ଉମରକୋଟ ରୁ ଆସିଥିବା ୨୫୦ ରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିଲେ । ଏହି କର୍ମଶାଳା ରେ ପ୍ରତିଦିନ ଟେଣ୍ଟ ପିଂଚିଂ , ଅବଷ୍ଟ୍ରକଲ , ଫାଇରିଂ , ଫିଲଡ଼ ସିଗିନାଲ , ସଙ୍ଗୀତ , ବକୃତା ଭଳି କାର୍ଯ୍ୟକ୍ରମ ର ଅଭ୍ୟାସ ଓ ପ୍ରତିଯୋଗିତା କରାଯାଉଥିବା ସୂଚନା ମିଳିଛି ।

ଫାୟାର ଫାଇଟର , ଡାକ୍ତର , ଆଇନଜୀବୀ ଭଳି ବ୍ୟକ୍ତି ବିଶେଷ ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ଦ୍ୱାରା କେଡ଼େଟ ମାନଙ୍କୁ ବିଭିନ୍ନ ବିଷୟ ରେ ତାଲିମ ଦିଆଯାଉଛି । ଆଜି ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବୀ ସିଂ ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉକ୍ତ କର୍ମଶାଳା କୁ ଆସି ପରିଦର୍ଶନ କରିବା ସହ ପିଲା ମାନଙ୍କୁ ସୁନାଗରିକ ହୋଇ ଦେଶ ସେବାରେ ନିଜ କୁ ନିୟୋଜିତ କରିବାରେ ପିଲାଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ସଭା ରେ ଲେଫ୍ଟନାଣ୍ଟ ଡ଼ଃ ସୁପ୍ରିୟା ଦାଶ ସଭାପତିତ୍ବ କରିଥିଲେ ।