ବାରମ୍ବାର ଇଡି ଜେରାକୁ କନ୍ଧମାଳ ଜିଲ୍ଲା କଂଗ୍ରେସର ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଜେପି ସରକାର ଇଡି ଦ୍ଵାରା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା କରିବା ସହିତ ହଇରାଣ କରୁଥିବାରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଓ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ କୋର୍ଟ ଛକରୁ କର୍ମୀମାନେ ବାହାରି ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତଳିକା ଦାହ କରିଥିଲେ। ବିକ୍ଷୋଭ କାରୀ ମାନେ ବହୁ ସରକାରୀ ବିରୋଧି ସ୍ଲୋଗାନ ଦେଇଥିଲେ। ଏଥିରେ କଂଗ୍ରେସ ପକ୍ଷରୁ ନଗର ସଭାପତି ଶିବ ଶଙ୍କର ବେହେରା, ଚନ୍ଦ୍ର ଶେଖର ପରିଡ଼ା, ଦୁର୍ଯ୍ୟୋଧନ ପଟ୍ଟନାୟକ, ସଂସାର ଭୋଇ, ଘନ କୁମାର ଶବର, ବସନ୍ତ ଦିଗାଲ, ବଳଦେବ ବେହେରା, ଗୌର ଚରଣ ବେହେରା, ଯୁବ ନେତା ନନ୍ଦ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।