ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତମାସ ୨୮ ତାରିଖରୁ ୪ ତାରିଖ ଯାଏ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବେ l ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି l କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି l ଯାହାକି, ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି lରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକ ରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା l ଏ ସବୁ ପୋଷ୍ଟର ରେ ରଡ଼ିଗୁମା ର ରମେଶ ନାୟକ ଓ ଓଁଡାଙ୍ଗମାଳ ର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛିl ସେଥିରେ ପୋଲିସ ର ଇନଫରମର ନ ସାଜିବା, ଝିଅ ବୋହୁ ଙ୍କ ବଦନାମ ହେଲା ପରି କାମ ନ କରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବା କୁହାଯିବା ସହ ଅଞ୍ଚଳ ଛାଡି ଚାଲିଯିବା ଲାଗି ଧମକ ମଧ୍ୟ ଦିଆଯାଇଛି l ଏକଥା ନ ଶୁଣିଲେ ଜନ ଅଦାଲତ ରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି lତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ବୋଲି ଉଲ୍ଲେଖ ରହିଛି l ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି l ଏଣୁ ଚଳିତ ମାସ ୨୮ ରୁ ୪ ତାରିଖ ପର୍ଯ୍ୟନ୍ତ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ ସେବା ଯାତାୟାତ ବନ୍ଦ ରହିବ ବୋଲି ଜଣାପଡିଛି l ପୋଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା,ବାଲିଗୁଡା,ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳ ରେ ସତର୍କ ଦ୍ରୁଷ୍ଟି ରଖିବା ସହ କମ୍ବିଂ ଅପରେସନ କୁ ଜୋରଦାର କରିଥିବା ବିଷୟ କନ୍ଧମାଳର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି l