କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କୁଇ ସମାଜ ପକ୍ଷରୁ ଜ଼ିଲ୍ଲାରେ ବିଭିନ୍ନ ସମସ୍ୟା ସମାଧାନ ଓ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ସମସ୍ତ ସୁବିଧା ସମସ୍ତେ କିପରି ପାଇପାରିବେ ସେ ନେଇ ନୂତନ ଜ଼ିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଙ୍କ ସହିତ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ପ୍ରଦାନ ସମୟରେ କେନ୍ଦ୍ର କୁଇ ସମାଜ ସଭାପତି ସୁଦର୍ଶନ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ତଥା ବିଜୁ ଜନତା ଦଳ ର ସମ୍ପାଦକ ନୀଳାମ୍ବର କହଁର, ଅଚ୍ୟୁତ ଯାନୀ, ସାଇବାନୀ କହଁର, ଗୌତମ ପ୍ରଧାନ,ସୌଦାମିନୀ କହଁର,ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ଦେବା ସହିତ ଜ଼ିଲ୍ଲା ରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l