ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭)ଙ୍କ ମୃତ ଦେହ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏମସ ହସପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଥିବା ବିଷୟ ବିପ୍ର ସାହୁ ପ୍ରକାଶ କରିଛନ୍ତି l ପ୍ରକାଶ ଯେ, ସେ ଗତ 15 ଦିନ ହେଲା, ନିଖୋଜ ହୋଇଯାଇଥିଲେ l ବନମାଳୀ ସାହୁ ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାନ ପୁଅ ଘରେ ରହୁଥିଲେ l ବନମାଳୀ ଘରେ କାହାକୁ କିଛି ନ ଜଣାଇ କୁଆଡେ ପଳେଇଥିଲେ l ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟ ଘର ସମେତ ଅନେକ ସ୍ଥାନ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା l ଭୁବନେଶ୍ୱରର ବିଭିନ୍ନ ପୋଲିସ ଷ୍ଟେସନରେ ଖବର ମଧ୍ୟ ଦିଆଯାଇଥିଲା l ପୋଲିସ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ସୋମବାର କାଜୁ ଜଙ୍ଗଲରୁ ମୃତ ଦେହକୁ ଉଦ୍ଧାର କରିଛି l ହେଲେ ତାଙ୍କର ମୃତ୍ୟୁ କିପରି ହେଲା ଜଣାପଡିନାହିଁ, ତାଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି, ନା ‘କେହି ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି l ତାହା ତଦନ୍ତ ପରେ ଜଣାପଡିବ l ବିପ୍ର ସାହୁଙ୍କ ପିତା ବନମାଳୀ ସାହୁ ବାଲିଗୁଡା ଅଞ୍ଚଳରେ ଶିକ୍ଷକତା କରି ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ରେ ସାନ ପୁଅ ପାଖରେ ରହି ଆସୁଥିଲେ l ଏହି ଖବର ବାଲିଗୁଡାରେ ପ୍ରଚାରିତ ହେବା ପରେ ସମଗ୍ର ଶିକ୍ଷକ ସମାଜ ଓ ସାମ୍ବାଦିକ ମହଲ ରେ ଶୋକର ଛାୟା ଖେଳିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଯାଇଛି l