ଢେଙ୍କାନାଳ, (ଶୁଭମ ପାଣି) : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧବଳରାମ ଜିଉଙ୍କ ପ୍ରାଙ୍ଗଣରେ ବର ବାହୁଡା ଉତ୍ସବ ପାଳନ କରାଯାଇଥିଲା । ଗତକାଲି ରୁକ୍ମଣି ବିବାହ ଉତ୍ସବ ପାଳନ ହୋଇଥିଲା। ଆଜି ବର ବାହୁଡା ନିତି ପାଳନ କରାଯାଇଥିଲା।ସନ୍ଧାରେ ଆଳତି ପୂର୍ବରୁ ଉଖୁଡ଼ା , ଚୁଡ଼ା, ସୁଜି ଖିରୀ ଓ ପିଠା ଭୋଗ ଲାଗି କରାଯାଇଥିଲା,ଏହି ଭୋଗ ଲାଗି ସାରିବା ପରେ ଆଳତି ହୋଇଥିଲା, ପରେ ରାତ୍ର ଧୂପ ହୋଇ ମଦନ ମୋହନ ଓ ରୁକ୍ମଣି ସୁସଜିତ ପାଲିଙ୍କିରେ ଅଣାଯାଇ ଗୋପାଳ ମାନଙ୍କ କାନ୍ଦରେ ସହର ପରିକ୍ରମା କରାଯାଇଥିଲା । ମନ୍ଦିର ପ୍ରବେଶ ଓ ତା ପରେ ବଡ ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା ଓ ପହଡ଼ ପଡ଼ିଥିଲା ।
ପୂଜକ ମଳୟ କର, କାହାଳିଆ ଟିକନ ବେହେରା, ଜିମାଦାର ଶ୍ୟାମସୁନ୍ଦର ପାଳି ଗ୍ରାହୀ ଉପସ୍ଥିତିରେ ଏହି ବର ବାହୁଡା ଉତ୍ସବ ପାଳିତ ହୋଇଥିଲା।