ବାତ୍ୟାକୁ ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା, ୪ ଜିଲ୍ଲାରେ ବର୍ଷା ପ୍ରବଳ ବର୍ଷିବ ଆସନ୍ତାକାଲିଠୁ ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ମୁତୟନ ହେବେ !

ଭୁବନେଶ୍ବର, ୬/୫ : ବାତ୍ୟା ସମ୍ଭାବନା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ଜରୁରୀ ସୂଚନା । ୧୦ତାରିଖ ବେଳକୁ ଉପକୂଳଠୁ ୨୫୦ରୁ ୩୦୦କିମି ଦୂରତାରେ ରହିବ ।  ଏହାକୁ ଦୃଷ୍ଟିରେ ରଖି ୮ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ନିର୍ଦେଶ ଦିଆଯାଇଛି ।

ସେହିଭଳି ୮ ତାରିଖରୁ ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ସମ୍ଭାବନା ରହିଛି । ୮ଜିଲ୍ଲା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ରହିଛି । କୃଷି ବିଭାଗକୁ ସତର୍କ ରହିବାକୁ ଅବଗତ କରିଛନ୍ତି ଏସଆରସି । ଆସନ୍ତାକାଲିଠୁ ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ମୁତୟନ ହେବେ । ଅନ୍ୟପଟେ ଆସନ୍ତକାଲି ସନ୍ଧ୍ୟା ପରେ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି ।