ରାଜଗାଙ୍ଗପୁର,୦୫/୦୫(ମନୋଜ ଭୋଳ):- ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ସୁନାଖାଁନ ଜଙ୍ଗଲ ନାଳ ନିକଟ ରୁ ରାଜଗାଙ୍ଗପୁର ଅବକାରୀ ବିଭାଗ ୪୫୦୦ ଲିଟର ମହୁଲି ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡ଼ିଛି | ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ର ରୁ ରାଜଗାଙ୍ଗପୁର ଅବକାରୀ ବିଭାଗ କୁ ଏହି ଅଂଚଳରେ ଦେଶୀ ମଦ କାରବାର ହୁଥିବା ନେଇ ସୂଚନା ମିଳି ଆସୁଥିବା ବେଳେ ରାଜଗାଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇ ଥିଲା | ଅବକାରୀ ବିଭାଗ ଆସିବାର ସୂଚନା ପାଇ ଉକ୍ତ ସ୍ଥାନରୁ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ |ଅବକାରୀ ବିଭାଗ ଉକ୍ତ ସ୍ଥାନ ରୁ ୪୫୦୦ ଲିଟର ମହୁଲି ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରି ଥିବା ଜଣା ପଡ଼ିଛି |