ରାଜଗାଙ୍ଗପୁର,28/04(ମନୋଜ ଭୋଳ):- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ରାଣୀବନ୍ଧ ଓ ସୁବାସ ଛକ ରେ ଥିବା ସରକାରୀ ୱାଇନ ସପ୍ ମାନଙ୍କ ରେ ପ୍ରିଣ୍ଟ ରେଟ୍ ରୁ ଅଧିକ ରେଟ୍ ରେ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅବକାରୀ ବିଭାଗ କୁ ସୂଚନା ମିଳୁଥିବା ବେଳେ ଗତ କାଲି ରାଜଗାଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ସହର ସ୍ଥିତ ସୁବାଷ ଛକ ଓ ରାଣୀବନ୍ଧ ରେ ଥିବା ସରକାରୀ ୱା ଇନ ସପ୍ ରେ ଚଢ଼ାଉ କରାଯାଇଥିଲା |ଅବକାରୀ ବିଭାଗ ସେଠାରେ ପ୍ରିଣ୍ଟ ମୂଲ୍ୟ ରୁ ଅଧିକ ରେ ମଦ ଗ୍ରାହକ କୁ ବିକ୍ରି କରାଯାଉଥିବା ସହ ୱାଇନ ସପ୍ ର କାଗଜ ପତ୍ର ସମ୍ପୂର୍ଣ ରୂପେ ଅବକାରୀ ବିଭାଗ କୁ ଦେଖାଇବାରେ ଅସଫଳ ହୋଇଥିଲେ |ଫଳରେ ଅବକାରୀ ବିଭାଗ ଉଭୟ ୱାଇନ ସପ୍ ରେ କାଗଜ ପତ୍ର ଯାଞ୍ଚ କରିବା ସହ ଅବକାରୀ ମାମଲା ରଜୁ କରି ମୋଟା ଅଙ୍କର ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି|