ବାଣପୁର,୧୨/୦୪, ଆଜି ବାଣପୁର ପୌରପରିଷଦ ତରଫରୁ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବାଣପୁର ପୌରାଧକ୍ଷ ମିଟୁ ନାୟକ ଓ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ବାଣପୁର ପୌରାଞ୍ଚଳ ରେ ୯ ଗୋଟି ଜଳ ଛତ୍ରର ଉଦଘାଟନ କରିଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ କାଉନସିଲର୍ ଓ ପୂର୍ବତନ ଉପାଧ୍ୟକ୍ଷ ଦାଶରଥି ସାହୁ ଉପସ୍ଥିତ ଥିଲେ ।
ଏଥି ସହିତ ପୌରାଧକ୍ଷ ୩ ନମ୍ବର ୱାର୍ଡ ସ୍ଥିତ ନଦୀ ବନ୍ଧ ର ସମୀକ୍ଷା କରି ନଦୀ ବନ୍ଧର ତୁରନ୍ତ ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୌରାଧକ୍ଷ ଦାୟିତ୍ଵ ନେଉ ନେଉ ଅଭିଯୋଗ ଆସିବାର ତୁରନ୍ତ ସମୀକ୍ଷା କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା କାର୍ଯ୍ୟକୁ ଅଞ୍ଚଳ ବାସି ପ୍ରଶଂସା କରିଛନ୍ତି ।