କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ୩୦ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ସମସ୍ତ ଛାତ୍ରୀ ଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯଇଛି l ଦୂଷିତପାଣି ଓ ଖାଦ୍ୟ ଖାଇବା ଫଳରେ ଛାତ୍ରୀ ମାନେ ଝାଡ଼ାବାନ୍ତି ରୋଗ ରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି l ଡାକ୍ତର ମିଲନ ପ୍ରଧାନ ଙ୍କ ନେତୃତ୍ୱରେ ଚାରି ଜଣ ଡାକ୍ତର ଜଣେ ଫାର୍ମାସିଷ୍ଟ, ଓ ଦୁଇଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ହଷ୍ଟେଲ ର ଅନ୍ୟ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଛନ୍ତି l ହଷ୍ଟେଲ କୁ ସାନିଟାଈଜ ମଧ୍ୟ କରାଯାଇଛି l ହଷ୍ଟେଲ କର୍ତ୍ତୃପକ୍ଷ ଅନ୍ତେବାସୀ ମାନଙ୍କ ଯତ୍ନ ଠିକ ଭାବେ ନେଉନଥିବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l ଏ ନେଇ ଫିରିଙ୍ଗିଆ ବିଡିଓ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି l