ପାରିବାରିକ କଳହକୁ ନେଇ ସ୍ୱାମୀ ହତ୍ୟା କଲା ସ୍ତ୍ରୀ କୁ |

ରାଜଗାଙ୍ଗପୁର,୨୮/୦୨ (ମନୋଜ ଭୋଳ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଅନ୍ତର୍ଗତ ବ୍ଲକ କଲୋନୀ ଟୁଙ୍ଗରି ପାଲି ରେ ଆଜି ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି | ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି | ଜଣେ ସ୍ୱାମୀ ପାରିବାରିକ କଳହ କୁ କେନ୍ଦ୍ର କରି ମଦ୍ୟ ପାନ କରିବା ସହ ନିଜ ସ୍ତ୍ରୀକୁ ସାଗୁଆନ କାଠ ଫାଳିଆ ରେ ମାଡ଼ ମାରି ହତ୍ୟା କରିଥିବା ଜଣାପଡିଛି | ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସହର ଅନ୍ତର୍ଗତ ବ୍ଲକ କଲୋନୀ ସ୍ଥିତ ଟୁଙ୍ଗରି ପାଲି ଗ୍ରାମରେ ଦୀପକ ସୁନା ନି ନାମକ ଜଣେ ବ୍ୟକ୍ତିଙ୍କ ନିଜର ସ୍ତ୍ରୀ ସୁନିତା ମିଞ୍ଜ ଙ୍କ ସହ କୋଣସି କାରଣ କୁ ବହୁ ଦିନରୁ ମନାନ୍ତର ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଦେଇଥିଲା | ଯାହା ରବିବାର ଦିନ ରାତ୍ରି ପ୍ରାୟ ୧ ଘଟିକା ସମୟରେ ଉଗ୍ର ରୂପ ନେଇଥିଲା |

ପ୍ରଥମେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଓ ପାଟି ତୁଣ୍ଡ ହୋଇଥିବା ବେଳେ ସ୍ୱାମୀ ଦୀପକ ସୁନାନୀ ମଦ୍ୟ ପାନ କରିବା ସହ ଶାଗୁଆନ କାଠ ଫାଳିଆରେ ନିଜ ସ୍ତ୍ରୀ ସୁନିତା ମିଞ୍ଜ ଙ୍କୁ ମାଡ଼ ମାରିବା ସହ ତାଙ୍କୁ ହତ୍ୟା କରିଥିଲେ | ଦୀପକ ଙ୍କ ସାନ ଭଉଣୀ ଯେତେବେଳେ ସୁନିତା ଙ୍କ ଘରେ ଯାଇ ଦେଖିଥିଲେ ସେତେବେଳେ ଘର ଭିତରେ ସୁନିତା ର ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ | ଏହା ପରେ ଘଟଣା ଟି ଗ୍ରାମରେ କ୍ଷିପ୍ର ଗତିରେ ଖେଳି ଯାଇଥିଲା | ଘଟଣା ର ଖବର ପାଇ ରାଜଗାଙ୍ଗପୁର ଏସ୍ ଡି ପି ଓ ଶଶାଙ୍କ ଶେଖର ବେଉରା ,ଓ ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନ ଓ ପୋଲିସ ଟିମ୍ ଘଟଣା ସ୍ଥଳ ରେ ପହଁଚି ଘଟଣା ର ତଦନ୍ତ ଚଳାଇଥିଲେ | ସୁନିତା ଙ୍କ ସ୍ୱାମୀ ଦୀପକ ସୁନାନୀ ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡ଼ିଛି |