କଳକଳେଶ୍ୱର ପଞ୍ଚାୟତ ସ୍ୱାଭିମାନର ଲଢେଇ ପାଇଁ କଡ଼ା ଟକ୍କର

ଚିଲିକା:-୦୧/୦୨(ବିନୁ ଦାସ୍)ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଙ୍କ କଷାକଷି ଆରମ୍ଭ ହୋଇ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳ ଏବଂ ନେତା ମାନେ ନିଜର କଳ ବଳ କୌଶଳ ପ୍ରୟୋଗ କରି ଆକୃଷ୍ଟ କରି ଭୋଟର ହାତେଇବାକୁ ଉଦ୍ୟମ ଆରମ୍ଭ ହୋଇଛି।ଏ ପରିପ୍ରେକ୍ଷୀରେ ଚିଲିକା ବ୍ଲକ ୦୫ ନମ୍ବର ଜୋନ୍ ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳରେ ଅବସ୍ଥିତ କଳକଳେଶ୍ୱର ଗ୍ରାମ ପଞ୍ଚାୟତ।କଳକଳେଶ୍ୱର ପଞ୍ଚାୟତ ଟି ଦେଖିବାକୁ ଗଲେ ଏଥର ତାର ପଞ୍ଚମ ସରପଞ୍ଚ ଦେଖିବାକୁ ପାଇବ।ଏଥିପାଇଁ ଏଥର ଦୁଇ ଶାସକ ଦଳର ପ୍ରତିଦ୍ବନ୍ଦିତା ତୀବ୍ର ହେଉଛି।ଗୋଟିଏ ପଟେ ପଞ୍ଚାୟତ ବିଷୟରେ ପାଠକ ମାନଙ୍କୁ ସୁଚେଇବାକୁ ଚାହେଁ କି ଜରିପଡ଼ା ପଞ୍ଚାୟତ ରୁ ଅଲଗା ହୋଇ ୨୦୦୨ ମସିହାରେ ପ୍ରଥମେ ନବଗଠିତ ପଞ୍ଚାୟତ ର ସରପଞ୍ଚ ଭାବେ ବିଜେଡି ଏବଂ ବିଜେପି ମିଳିତ ପ୍ରାର୍ଥୀ ଭାବେ ବାଲିନାସୀ ଗ୍ରାମରୁ ଦୀନବନ୍ଧୁ ଜେନାଙ୍କ ଧର୍ମ ପତ୍ନୀ ମଞ୍ଜୁଲତା ଜେନା ବିଜୟ ଲାଭ କରି ପ୍ରଥମ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।ସେହିଭଳି ଭାବରେ ପରବର୍ତ୍ତୀ ସମୟରେ ତାରିମୀ ଗ୍ରାମରୁ ନରେନ୍ଦ୍ର ବିଶ୍ୱାଳ ୨୦୦୭ ରେ ପ୍ରତିଦ୍ବନ୍ଦିତା କରି ବିଜେପି ଦଳର ସହଯୋଗ ରେ ସରପଞ୍ଚ ହୋଇଥିଲେ।ପୁନର୍ବାର ତୃତୀୟ ଥର ପାଇଁ ତାରିମୀ ଗ୍ରାମରୁ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ହରିହର ପ୍ରଧାନ ଙ୍କର ପତ୍ନୀ ଶକୁନ୍ତଳା ପ୍ରଧାନ ବିଜେଡି ଦଳରୁ ବିଜୟୀ ହୋଇ ତୃତୀୟ ସରପଞ୍ଚ ଭାବେ ନିଜର କାର୍ଯ୍ୟ କରିଥିଲେ।ସେହିପରି ଏହି ପଞ୍ଚାୟତ ର ଚତୁର୍ଥ ସରପଞ୍ଚ ଭାବେ ଯୁବନେତା ଅସିତ କୁମାର ନାଥ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ଆଶୀର୍ବାଦ ରେ ବିଜେଡି ଦଳରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟୀ ଲାଭ କରିଥିଲେ।ଯାହା ଫଳରେ ବର୍ତ୍ତମାନ ସରପଞ୍ଚ ଥିବା ଅସିତ ନାଥ ପଞ୍ଚାୟତର ବିକାଶ ପାଇଁ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟ କରିଛନ୍ତି।ସ୍ଥାନୀୟ ଅଞ୍ଚଳରେ ଦକ୍ଷ ଯୁବନେତା ହିସାବରେ ଢେର ସୁନାମ ବି ରହିଛି ଅସିତ ନାଥ(ବାବୁଆ) ଙ୍କର।ଆଖପାଖରେ ଥିବା ପଞ୍ଚାୟତ ଗୁଡିକ ରେ ଦକ୍ଷ ନେତୃତ୍ବରେ ଅଭାବ ରହିଥିବା ବେଳେ ଆଗାମୀ ଭବିଷ୍ୟତରେ ଭୋଟର ମାନଙ୍କ ଆଶୀର୍ବାଦ ରେ ପୁଣି ଚିଲିକା ରାଜନୀତି ରେ ନିଜର ସ୍ଥାନ ଜାହିର କରିବାକୁ ଏଥର ନିଜର ଧର୍ମ ପତ୍ନୀ ସରସ୍ୱତୀ ନାଥ ଙ୍କୁ ଆଗାମୀ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ଭାବେ ବିଜୁ ଜନତା ଦଳର ସମର୍ଥନ ରେ ଏଥର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।

ଏହି ପଞ୍ଚାୟତରେ ବର୍ତ୍ତମାନ ସରପଞ୍ଚ ଥିବା ଅସିତ ନାଥ ପୁଣିଥରେ ନିଜର ରାଜନୈତିକ ଦବଦବା ଜାହିର କରିବାକୁ ନିଜର ଧର୍ମପତ୍ନୀ ସରସ୍ୱତୀଙ୍କୁ ସରପଞ୍ଚ ପ୍ରାର୍ଥୀ ଭାବେ ଏଥର ଛିଡା କରାଇଛନ୍ତି।ଦେଖିବାକୁ ଗଲେ ଏହି ପଞ୍ଚାୟତ ରେ ଦୁଇଦଳର ପ୍ରମୁଖ ସରପଞ୍ଚ ପ୍ରାର୍ଥୀଭାବେ ବିଜୁ ଜନତା ଦଳ ତଥା ଚିଲିକା ବିଧାୟକ ଗଣେଶ ଜଗଦ୍ଦେବଙ୍କ ସମର୍ଥନରେ ବର୍ତ୍ତମାନ ର ସରପଞ୍ଚ ଅସିତ ନାଥଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସରସ୍ୱତୀ ନାଥ (ମାଛ )🦈🐠🐠ଚିହ୍ନରେ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି) ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଙ୍କର ଦୃଢ଼ ସମର୍ଥନରେ ଖୋଲା ବହି 📖📖 ଚିହ୍ନକୁ ସଙ୍କେତ କରି ସରପଞ୍ଚ ପ୍ରାର୍ଥୀନୀ ଭାବେ ଶ୍ରୀମତୀ ଜୋତ୍ସ୍ନାରାଣୀ ଜେନା ପ୍ରତିଦ୍ବନ୍ଦିତା କରିବାକୁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି।ଉଭୟ ପ୍ରାର୍ଥୀନୀ ମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଦେଖାଯାଉଛି।ଏଥର ନିର୍ବାଚନ ରେ ସାଇଲେଣ୍ଟ ଭୋଟର ହେବେ ବିଜେତା।ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଥିବାବେକେ ବିଜେଡି ପକ୍ଷରୁ ଲଢ଼ୁଥିବା ପ୍ରାର୍ଥୀନୀ ଶ୍ରୀମତୀ ସରସ୍ୱତୀ ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା କୁ ଘରେ ଘରେ ପହଂଚାଇବା ଏବଂ ଏହି ପଞ୍ଚାୟତ ରେ ଅଧିକରୁ ଅଧିକ ମହିଳା ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦେଖି ଭୋଟର ନିଶ୍ଚିତ ଭାବରେ ମାଛ ଚିହ୍ନ ରେ ବହୁ ସଂଖ୍ୟକ ଭୋଟ ବ୍ୟବଧାନ ରେ ବିଜୟୀ ହେବେ ବୋଲି ଦୃଢୋକ୍ତି ରଖି ନିଜର ପ୍ରଚାର ପ୍ରସାର ଜୋର କରିଛନ୍ତି।ଅପରପକ୍ଷରେ କଳକଳେଶ୍ୱର ଗ୍ରାମ ପଞ୍ଚାୟତ ରେ ବିଜେପି ଦଳର ବରିଷ୍ଠ ନେତା ପ୍ରଭାତ ମଲ୍ଲିକ ନିଜର ବୋହୁ ଜୋତ୍ସ୍ନାରାଣୀ ଙ୍କୁ (ଖୋଲାଵହି) ଚିହ୍ନରେ ସରପଞ୍ଚ ପଦବୀ ପାଇଁ ରାଜନୀତି ମଇଦାନକୁ ଅବତୀର୍ଣ୍ଣ କରାଇଛନ୍ତି।

ସରସ୍ୱତୀ ଏବଂ ଜୋତ୍ସ୍ନାରାଣୀ ଉଭୟ ଉଚ୍ଚ ଶିକ୍ଷିତା ଏବଂ ପଞ୍ଚାୟତ ବାସୀଙ୍କର ମନପସନ୍ଦର ପ୍ରାର୍ଥୀ।ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କିଏ ଜିତିବ ତାକୁ ନେଇ ଚାଲିଛି ଅଙ୍କ କଷା।ଦୁଇ ଦଳର ସ୍ଥିତି ମଝଭୁତ ରହିଛି।ଏଥର ପଞ୍ଚାୟତ ରେ ସାଇଲେଣ୍ଟ ଭୋଟର ବିଜେତା ନିର୍ଣ୍ଣୟ କରିବେ ବୋଲି ଚର୍ଚ୍ଚା ହେଉଛି।ସାରା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ବିଶେଷ କରି ରାଜ୍ୟ ସରକାରଙ୍କର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭିନ୍ନ ଗ୍ରାମରେ ଗଠିତ ମହିଳା ସଙ୍ଘଙ୍କର ଭୋଟର ଏବଂ ବିଭିନ୍ନ ଯୋଜନା ରେ ଉପକୃତ ହିତାଧିକାରୀଙ୍କ ଭୋଟ ଗୁଡ଼ିକ ନିଜ ଅକ୍ତିଆର କୁ ଆଣୁଥିବାବେଳେ ପ୍ରତିଦ୍ବନ୍ଦିତା କରୁଥିବା ଅନ୍ୟତମ ପ୍ରାର୍ଥୀ ଜୋତ୍ସ୍ନାରାଣୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ହିତାଧିକାରୀଙ୍କୁ ହାତେଇବାକୁ ଉଦ୍ୟମ କରିଛନ୍ତି।ଜୋତ୍ସ୍ନାରାଣୀ ଏବଂ ସରସ୍ୱତୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେବାର ଦେଖାଯାଉଛି।ଗୋଟିଏ ପଟେ ଶ୍ରୀମତୀ ସରସ୍ୱତୀ ନିଜ ସ୍ୱାମୀ ଅସିତ ନାଥଙ୍କ ଗଡ଼ ବିଜୟ ଧାରା ବଜାୟ ରଖିବାକୁ ନିର୍ବାଚନ ରଣାଙ୍ଗନ ରେ ଠିଆ ହୋଇ ଥିବାବେଳେ ଅନ୍ୟପକ୍ଷରେ ଶ୍ରୀମତୀ ଜୋତ୍ସ୍ନାରାଣୀ ମୁଖ୍ୟ ବିରୋଧୀ ଦଳର ପ୍ରାର୍ଥୀନୀ ଭାବେ ରଣାଙ୍ଗନ କୁ ଦୁର୍ନୀତି ବିରୋଧରେ ଲଢେଇ ଏବଂ ଏକଚାଟିଆ ଶାସନ ବିରୋଧରେ ନିଜ ଶ୍ୱଶୁର ଙ୍କ ସ୍ୱାଭିମାନ ବଜାୟ ରଖିବାକୁ ଏବଂ ଭାରତୀୟ ଜନତା ପାର୍ଟି ର ଦୃଢ଼ ସମର୍ଥକ ଭାବେ ସରପଞ୍ଚ ପାଇଁ ଖୋଲା ବହି ଚିହ୍ନକୁ ସଙ୍କେତ କରି ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି।ପ୍ରଚାର ପ୍ରସାର ଜୋରସୋରରେ ଆରମ୍ଭ ହୋଇଥିବା ବେଳେ କିଏ ମାରୁଛି ବାଜି ଆଉ କିଏ ପିନ୍ଧୁଛି ବିଜୟ ଟୀକା ଆଗାମୀ ଖବର ରେ ଅଧିକ ତଥ୍ୟ ସହ ପ୍ରକାଶ କରିବାକୁ ଚେଷ୍ଟା କରିବୁ।