ଖବର ପ୍ରକାଶ ପରେ ଗୁଣିଆ ଫେରାଇଲା ଭୁତଖିଆ ଚାଉଳ ….!

ଗୁଣପୁର – (ସିଦ୍ଧାର୍ଥ ଦାଶ) ରାୟଗଡା ଜିଲ୍ଲା ଗୁଣପୁର ଠାରେ ଯୋଗାଣ ବିଭାଗ ପକ୍ଷରୁ ପରିଚାଳିତ ମୈତ୍ରୀ କେନ୍ଦ୍ରରେ ହୋଇଥିବା ରାସନ ଘୋଟାଲା ନେଇ ” ରହସ୍ୟ ଘେର ରେ ଗୁଣପୁର ଯୋଗାଣ ବିଭାଗ ର ଚାଉଳ ଦୁର୍ନୀତି ” ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ର ନିଦ ଭାଙ୍ଗିଲା । ଅଭିଯୁକ୍ତକାରିଣୀ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ ଙ୍କୁ ଚଳିତ ମାସରେ ମେଳିବାକୁ ଥିବା ରାସନ ସହ ପୂର୍ବ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ପ୍ରକାଶ ଥାଉକି , ଗୁଣପୁର ୱାର୍ଡ ନଂ ୧୪ ର ଖାଉଟି ଶ୍ରୀମତୀ ସରୋଜିନୀ ଙ୍କୁ ମେଳିବାର ଥିବା ରାସନ ସାମଗ୍ରୀ ନଦେଇ , ଦିଆଯାଇଥିବା ଭଳି ସୂଚନା ମିଳିଥିବାରୁ ଏହାକୁ ବିରୋଧ କରି ଶ୍ରୀମତୀ ପଟ୍ଟନାୟକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିଲେ ।

ଘଟଣାକୁ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଘଣ୍ଟ ଘୋଡାଇ ରଖିଥିବା ଅଭିଯୋଗ କରି ଆମ୍ଭ ଖବର ଦାତା ଙ୍କୁ ଏହି ବିଷୟରେ ଜଣା କରିବା ରୁ ଏନେଇ ଆମ୍ଭ ପକ୍ଷରୁ ଖବର ପ୍ରକାଶ କରାଯାଇଥିଲା । ବିଳମ୍ବରେ ହେଲେବି ପ୍ରଶାସନ ଦୁଃଖ ବୁଝିପାରି ଥିବାରୁ ପଟ୍ଟନାୟକ ପରିବାର ପ୍ରଶାସକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଚାଉଳ କେଉଁ ଭୁତ ଖାଇଥିଲା ଏହାର ଜବାବ କିଏ ଦେବ ? ଖାଉଟିଙ୍କୁ ଫେରା ଯାଇଥିବା ଚାଉଳ କେଉଁଠୁ ଉଦ୍ଧାର କରାଯାଇଛି , ଏହି ଘୋଟାଲା ରେ କିଏ ସମ୍ପୃକ୍ତ ଥିଲା ?ଏହାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହା ବର୍ତ୍ତମାନ ସୁଦ୍ଧା ଜଣାଯାଇନି । ଘୋଟାଲା ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହା ଗୋଇଠା ମାରି ବିଷ୍ଣୁ କହିବା ବାହୁଲ୍ୟ ହୋଇ ପଡ଼ିବ । ଦେଖିବାକୁ ରହିଲା ପ୍ରଶାସକ ପଦକ୍ଷେପ ନେଉଛନ୍ତି ନା ଗୁଣିଆ ବାବୁ ଘଟଣାକୁ ଘଣ୍ଟ ଘୋଡାଇ ଚପେଇ ରଖୁଛନ୍ତି ।