ରାଜଗାଙ୍ଗପୁର,୧୪/୧୧(ମନୋଜ ଭୋଳ):- ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ଆନୁକୂଲ୍ୟ ରେ ଆଜି ଶିଶୁଦିବସ ପାଳିତ ହୋଇଛି |ଏହି ଅବସର ରେ ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ସାଗରିକା ନାଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |ଆଜି ନଭେମ୍ବର ୧୪ ତାରିଖ ଶିଶୁଦିବସ ଅବସର ରେ ପୋଲିସ ଓ ଛୋଟ ଛୋଟ କୁନି କୁନି କୋମଳ ମତି ପିଲାମାନଙ୍କ ସହ ପୋଲିସ ର କିଭଳି ସୁସମ୍ପର୍କ ସ୍ଥାପନ ହେବ ଓ ଏହି କୋମଳମତି ପିଲାମାନେ ପୋଲିସ କୁ ନଡରି ପୋଲିସ କୁ ନିଜର ବନ୍ଧୁ ମାନିବେ ଏହାକୁ ଦୃଷ୍ଟି ରେ ରଖି ଆଜି ରାଜଗାଙ୍ଗପୁର ପୋଲିସ ଆନୁକୂଲ୍ୟ ରେ ଆଜି ଶିଶୁଦିବସ ପାଳନ କରାଯାଇଥିଲା |ଆଜି ରାଜଗାଙ୍ଗପୁର ସହର ବସ ଷ୍ଟାଣ୍ଡ ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ଠାରେ ଏହା ଆୟୋଜନ କରାଯାଇଥିଲା |
ଏହି ଅବସର ରେ ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଟ ଜଗଦିସ୍ ଚନ୍ଦ୍ର ଟପ୍ପୋ ,ଡାଲମିଆ କଲେଜ ହିନ୍ଦୀ ଅଧ୍ୟାପିକା ତବାସୁମୀ ବାନୋ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ବିଜ୍ଞାନ ଶିକ୍ଷୟତ୍ରୀ ସରୋଜିନୀ ସାହୁ ,ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନ ,ରାଜଗାଙ୍ଗପୁର ଏସ ଡି ପି ଓ ଶଶାଙ୍କ ଶେଖର ବେଉରା,ରାଣୀବନ୍ଧ ହାଇସ୍କୁଲ ହେଡମାଷ୍ଟର ସ୍ୱରାଜ କୁମାର ରାଉତରାଏ,ଅତିଥି ରୂପେ ଯୋଗ ଦେଇଥିଲେ |ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯିବା ସହ କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିଲା |କୁନି କୁନି କୋମଳମତି ପିଲାମାନେ ଫୁଲ ତୋଡା ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ |ଏହି ଅବସର ରେ ଅତିଥି ମାନେ ଶିଶୁଙ୍କ ମନୋଭାବ କୁ ବଦଳାଇବା ସହ କିଭଳି ଏହି କୋମଳମତି ଶିଶୁ ମାନେ ପୋଲିସ କୁ ନିଜର ବନ୍ଧୁ ଭାବିବେ ଯାହା ଫଳରେ ସମୁନ୍ନୟ ବିକାଶ ହୋଇପାରିବ ତାହା ନେଇ ନିଜର ଅଭିଭାଷଣ ଦେଇ ଥିଲେ |ଏହା ସହ ପୋଲିସ ପକ୍ଷରୁ ଏହି କୋମଳମତି ଶିଶୁ ମାନଙ୍କ ପାଇଁ ଥାନା ମାନଙ୍କ ରେ ଆନନ୍ଦ ଘର କରାଯାଇଥିବା ବେଳେ ଶିଶୁ ମାନଙ୍କ ପାଇଁ ଏହି ଆନନ୍ଦ ଘରେ ଖେଳ ସାମଗ୍ରୀ ଠାରୁ ଆରମ୍ଭ କରି ବହୁ ପୁସ୍ତକ ର ସୁବିଧା ମଧ୍ୟ କରାଯାଇଛି|
ଯାହା ଫଳରେ ଏହି ଶିଶୁ ମନେ ଏଠାରେ ନିଜର ମନୋରଞ୍ଜନ ମଧ୍ୟ କରିପାରିବେ| ଏହି ଅବସର ରେ ରାଜଗାଙ୍ଗପୁର ସହର ର ଥିବା ବହୁ ସ୍କୁଲ ମାନଙ୍କ ରୁ କୁନି କୁନି ଛାତ୍ର ଛାତ୍ରୀ ମାନେ ନାଚ,କୁଇଜ,ଚିତ୍ର ଅଙ୍କନ,ଭଳି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ |ଅତିଥି ମାନଙ୍କ ଅଭିଭାଷଣ ପରେ ସହର ର ବିଭିନ୍ନ ସ୍କୁଲ ମାନଙ୍କ ରୁ ଆସିଥିବା ଛାତ୍ର ଛାତ୍ରୀ ଓ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସୁଜାତା ଦାସ ଓ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଜେନା ସାର ମଞ୍ଚ ପରିଚାଳନା କରିଥିଲେ |ମୁଖ୍ୟ ଅତିଥି ପୋଲିସ ଓ କୁନି କୁନି ଶିଶୁ ମାନଙ୍କ ମଧ୍ୟ ରେ କିଭଳି ବନ୍ଧୁତ୍ୱ ବଜାଇ ରହିବ ,ଓ ଏଠି ପାଇଁ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ତରଫ ରୁ କିଭଳି କାର୍ଯ୍ୟ କରାଯାଉଛି ଓ ଏହି ଦିଗରେ ନିଆ ଯାଇଥିବା ପଦକ୍ଷେପ ବିଷୟ ରେ ଆଲୋକପାତ କରିବା ସହ ପିଲାମାନଙ୍କ ପ୍ରତିଭାକୁ ନେଇ ତାଙ୍କୁ ଉତ୍ସାହିତ କରିଥିଲେ |ଶେଷରେ ରାଜଗାଙ୍ଗପୁର ଏସ ଡି ପି ଓ ଡକ୍ଟର ଶଶାଙ୍କ ଶେଖର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ |ମୁଖ୍ୟ ଅତିଥି ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଓ କୁନି କୁନି ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ |