ଟାଙ୍ଗୀ:-୨୨/୦୯(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀ ଙ୍କ ଉତ୍ପାତ ବଢୁଛି । ଗୋଟିଏ ହାତୀ ପଲ୍ଲ ଗୋଠରୁ ଅଲଗା ହୋଇଯିବା ଦ୍ୱାରା ସେମାନେ ବିଭିନ୍ନ ଜଙ୍ଗଲରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି । ଏବେ ୨ ଟି ଦନ୍ତାହାତୀ ମା’ ଉଗ୍ରତାରା ମନ୍ଦିର ନିକଟସ୍ଥ ରାସ୍ତାରେ ପଇଁତରା ମାରୁଛି । ହାତୀ ଘଉଡାଇବା ପାଇଁ ଟାଙ୍ଗୀ ବନ ବିଭାଗ ନାକେଦମ୍ ହୋଇଗଲାଣି , ତଥାପି ହାତୀ ଙ୍କ ସୁରକ୍ଷା ଏବଂ ଲୋକଙ୍କ ଧନ-ଜୀବନ ସୁରକ୍ଷା ପାଇଁ ବିଭିନ୍ନ ପନ୍ଥା ଆପଣେଇଛି । ଡାକବାଜି ଯନ୍ତ୍ର ରେ ଲୋକ ଙ୍କୁ ସଚେତନ କରାଇବା ସହ ହାତୀ ର ଗତପଥ ଉପରେ ନଜର ରଖିଛନ୍ତି ଟାଙ୍ଗୀ ବନ ବିଭାଗ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡା । ଦୁଇଟି ଟିମ୍ ଗଠନ କରି ହାତୀ ଘଉଡାଇବା କାର୍ଯ୍ୟ ସାଙ୍ଗକୁ ଲୋକଙ୍କ ଧନ ଜୀବନ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାସ୍ତାରେ ଲୋକଙ୍କ ଚଳ ପ୍ରଚଳ ଏବଂ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ଲୋକଙ୍କୁ ସାବଧାନ୍ କରାଉଛନ୍ତି ଟାଙ୍ଗୀ ବନ ବିଭାଗ ର ସ୍ୱତନ୍ତ୍ର ଟିମ୍ । ଗୋଠ ଫିଟା ହୋଇଯିବାରୁ ଏପରି ଅବସ୍ଥା ଦେଖା ଦେଇଥିବା କହିଛନ୍ତି ଟାଙ୍ଗୀ ବନ ବିଭାଗର ରେଞ୍ଜର କହିଛନ୍ତି । ଏ ଦିଗରେ ସ୍ଥାନୀୟ ଜନସାଧାରଣ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ ତଥାପି ବନ ବିଭାଗ ହାତୀ ମାନଙ୍କର ଚଳ ପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିଛି।