ଚିଲିକା,୧୩/୦୯(ବିନୁ ଦାସ୍):-ଲଗାଣ ବର୍ଷା ର କରାଳ ରୂପ ବର୍ତ୍ତମାନ ବିପଦ ସ୍ତରରେ ସୂଚନା ମିଳିଛି।ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘାଇ ମୁହାଣ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରେ ପାଣିର ଭୟଙ୍କର ଗତି ଗ୍ରାମ ଗୁଡିକରେ ପଶି ଆତଙ୍କ ସୃଷ୍ଟି କଲାଣି । ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଞ୍ଚଳର ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅଞ୍ଚଳର ଅଁଳାଡିହ ଗ୍ରାମ ଚଢ଼େଇ ଗୁଆଁ ତଳ ସାହି ରେ କୁସୁମୀ ନଦୀରେ ପ୍ରବଳ ବନ୍ୟାଜଳ ପ୍ରଭାବିତ ହୋଇ ଗ୍ରାମକୁ ସଂଯୋଗ ରାସ୍ତା ଶଙ୍ଖ ପାର୍ଶ୍ୱ ଗାର୍ଡ ୱାଲ ଭାଙ୍ଗି ଗ୍ରାମ ଭିତରକୁ ପାଣି ପଶିଯିବାର ଭୟ ଦେଖା ଦେଇଛି।ଯାହା ଫଳରେ ଦୁଇଶହ ରୁ ଅଧିକ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।