ବାଣପୁର,୦୬।୦୯, ରାଇଜ ବାସୀ ଅନ୍ଧ ହେଲେ, କନ୍ଧ ଶାସକ ଏଠି ଦର୍ପଣ ବିକିବାକୁ ଭାରି ଭଲ ପାଆନ୍ତି । ପାଇକ ମାଟି, କୃତିବାସର ମାଟି, ତୀର୍ଥକ୍ଷେତ୍ର, ଧର୍ମ ଭୂମି ପରି ପବିତ୍ର ଅଞ୍ଚଳରେ ସୁବିଧା ଦେଖି ପଟି ମାରୁଛନ୍ତି କନ୍ଧ ଶାସକ ରାଜା, କଥା ଉଠିଲେ ଆଖି ତାଙ୍କର ଅନ୍ଧ ହୋଇଯିବ । ଚିଲିକା ଓ ଭଗବତୀ ଅଞ୍ଚଳକୁ ପରିଭ୍ରମଣ କ୍ଷେତ୍ରର ମାନ୍ୟତା ଝୁଲୁଥିବା ବେଳେ, ସରକାରୀ ବାବୁଙ୍କୁ ଏହା ଏକ ବୋଝ ସଦୃଶ୍ୟ । ଏହି ଅଞ୍ଚଳ ମାନଙ୍କରେ ଆଶା ଠାରୁ ଅଧିକ ରାଜସ୍ବ ଆଦାୟ ହେଉଥିବା ବେଳେ ଖାତା ଖତିଆନରେ କିନ୍ତୁ ଶୁନ । ଏଠି କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସତେ ଯେମିତି ଦଲାଲ ମାନଙ୍କ ମୁନିବ। ବିଲେଇ ଆଖି ବୁଜି କ୍ଷୀର ପିଇବା ପରି ଏମାନେ ଏଠି ସବୁ ଦେଖି ସ୍ବାର୍ଥ ହାସଲ କରି ସାଧାରଣଙ୍କ ପାଇଁ ଅନ୍ଧ ଭୂମିକାର ଅଭିନୟରେ ମାହିର ।
ଏଠି ଆମେ କହୁଛୁ ପାର୍କିଂ ଫି କଥା ଏଠି ପାର୍କିଂ ପାଇଁ ଜାଗା ନାହିଁ କିନ୍ତୁ ଜଗୁଆଳ ଅଛି । ତୀର୍ଥ ଯାତ୍ରୀ ମାନେ ଆସିଲେ ସେ ମାନଙ୍କୁ ବ୍ୟବହାର ଖରାପ୍ କରି ବଳ ପ୍ରୟୋଗ ପୂର୍ବକ ରାଜନୈତିକ ତଥା ଲୋକାଲ ପିଲାଙ୍କ ଭୟ ଦେଖାଇ ଦାଦାଗିରି କରି ଚାନ୍ଦା ଆଦାୟ କରି ଚାଲିଛନ୍ତି ଏଠି ଜଗୁଆଳି ମାନେ । ନା ଅଛି ଏ ମାନଙ୍କ ପରିଚୟ ପତ୍ର ନା ଉଚିତ୍ ରସିଦ ନା ରସିଦ ନମ୍ବର କିନ୍ତୁ ଧମକ ଶହେ ଶହେରେ । ବାଣପୁର ଏନ.ଏ.ସି ଅଧୀନରେ ଦିଆ ଯାଇଥିବା ପାର୍କିଂ ଆଦାୟ ସଂସ୍ଥାର ୩୧।୦୩।୨୧ ରୁ ଏଗ୍ରିମେଣ୍ଟ ସରିଯାଇଥିଲେ ମଧ୍ୟ ପାର୍କିଂ ଫି ଆଦାୟ କରିଚାଲିଛି ସାଧାରଣରେ ପ୍ରଶ୍ନ ଉଠୁଛି କାହା ନିର୍ଦ୍ଦେଶରେ ଏଗ୍ରିମେଣ୍ଟ ସରିଯାଇଥିଲେ ମଧ୍ୟ ପାର୍କିଂ ଫି ଆଦାୟ କରୁଛି ସଂସ୍ଥା ଅଧିକାରୀ ଏ କଥା ଜାଣିନାହାନ୍ତି ନା ସହଭାଗିତାରେ ଚାଲିଛି ।
ଏକଥା ଆଖି ଥାଇ ଅନ୍ଧାରକଣା ହେଲା ପରି, ଅଭିଯୋଗ କରିଲେ ଉତ୍ତର ଦିଅନ୍ତି ଆମ ପାଖକୁ ଅଭିଯୋଗ ଆସିନି, ଏବେ ଆମେ ଧ୍ୟାନ ଦେବୁ । ଏକଥା ଶାସକ ଓ ଦଲାଲ ମାନଙ୍କ ମଧୁ ଚନ୍ଦ୍ରିକାର ମହକ ଦିଏ, ଧାର୍ଯ୍ୟ ଦର ଯଥା ୪୦ଟଙ୍କା, ୨୦ ଟଙ୍କା,୩୦ ଟଙ୍କା ବଦଳରେ ବିନା ଗାଡ଼ି ନମ୍ବରରେ ଅଧିକ ଚାନ୍ଦା ଆଦାୟ ପୋଲିସ ମାନକ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଏଣୁ ସର୍ବସାଧାରଣ ଜାଗ୍ରତ ଓ ଉଚିତ୍ ପଦକ୍ଷେପ ନେଇ ସାବ୍ୟସ୍ତ କରିବାର ସମୟ ଆସିଯାଇଛି ।