ରାଜଗାଙ୍ଗପୁର : (ମନୋଜ ଭୋଳଙ୍କ ରିପୋର୍ଟ)-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ରାଜଗାଙ୍ଗପୁର ସହର ୱାର୍ଡ ନମ୍ବର ୧୨ ସ୍ଥିତ ମିଶନ ହତା ଜେଲ ଚର୍ଜ ରାସ୍ତା କଡ଼ରେ ଥିବା ଏକ ଭଡା ଘରୁ ମା, ପୁଅ ଙ୍କୁ ଦୟନୀୟ ଅବସ୍ଥା ରେ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିବା ସୂଚନା ହସ୍ତଗତ ହୋଇଛି ।
ସୂଚନା ଅନୁଯାଇ ରାଜଗାଙ୍ଗପୁର ସହର ର ମିଶନ ହତା ଜେଲ ଚର୍ଜ ରାସ୍ତା କଡ଼କୁ ଲାଗିଥିବା ଏକ ଭଡା ଘରେ ଶନି ବାଇ ଶର୍ମା(୫୧) ନାମକ ଜଣେ ମହିଳା ନିଜର ପୁଅ ବିଜୁଆ ଶର୍ମା (୩୦)ରହୁଥିବା ବେଳେ କୋଣସି କାରଣ ରୁ ପ୍ରାୟ ୧ ମାସ ହେବ ଘରୁ ବାହାରକୁ ବାହାରୁ ନଥିଲେ ।ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟ ରେ ବର୍ଷା ଯୋଗୁଁ ଘର ର କାନ୍ଥ ଭାଙ୍ଗି ଯିବା ଫଳରେ ସ୍ଥାନୀୟ ଲୋକ ମା, ପୁଅ ଙ୍କୁ ଅତି ଦୟନୀୟ ଅବସ୍ଥା ମା ଘରେ ପ୍ଲାଷ୍ଟିକ ଆଢୁ ଆଳରେ ରହିଥିବା ବେଳେ ପୁଅ ଘର ଦୁଆର ମୁହଁ ରେ ରହିଥିବା ଦେଖିବାକୁ ପାଇଥିଲେେ
ଉଭୟ ଙ୍କ ଅବସ୍ଥା ଅତି ଦୟନୀୟ ଥିବା ବେଳେ ଉଭୟ ଜୀବତ ରହିଥିବା ଜଣା ପଡିଛି । ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ମା ପୁଅଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଈଁ ପଠା ଯାଇଛି । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ତାଙ୍କ ଦେହ ରେ ରକ୍ତ କମ ରହିଥିବା ନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ମା ପୁଅ ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।