ରାଜଗାଙ୍ଗପୁର,୨୬।୦୮,(ମନୋଜ ଭୋଳଙ୍କ ରିପୋର୍ଟ) ଲାଂଜିବେର୍ଣ୍ଣl ଚୁନପଥର ଖଣି ସମ୍ପ୍ରସାରଣ ଜନ ଶୁଣାଣି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇବେର୍ଣ୍ଣl, କେଶ୍ରାମାଲ ଏବଂ ଝଗରପୁର ଗ୍ରାମ ପଂଚାୟତରେ ଜମିଅଧିଗ୍ରହଣ ସନ୍ଦର୍ଭରେ ଏକ ଜନଶୁଣାଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି l ଗତ ମାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଓସିଏଲ ଇଣ୍ଡିଆ ଲିମିଟେଡ଼ର ଲାଂଜିବେର୍ଣ୍ଣl ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ରାଇବେର୍ଣ୍ଣl ପଂଚାୟତରେ ୫୭.୮୦ ଏକର, କେଶ୍ରାମାଲ ପଂଚାୟତରେ ୨୯୩.୨୫ ଏକର, ତଥା ଝଗରପୁର ପଂଚାୟତରେ ୮.୪୮ ଏକର ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣୀ ବୈଠକ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ପତ୍ର ଜାରି ହୋଇଥିଲା l ପୂର୍ବରୁ ଜମି ଅଧିଗ୍ରହଣର ପ୍ରଭାବ ଜାଣିବା ପାଇଁ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫୋର ଡେଭେଲପମେଣ୍ଟ ଷ୍ଟଡ଼ିଜ (ଏନସିଡ଼ିଏସ) ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ (ଏସଆଇଏ) ରିପୋର୍ଟ ପ୍ରଭାବିତ ପରିବାରଙ୍କ ଅବଗତି ପାଇଁ ରାଇବେର୍ଣ୍ଣl, କେଶ୍ରାମାଲ ଏବଂ ଝଗରପୁର ସରପଞ୍ଚଙ୍କୁ ଦିଆଯାଇଥିଲା l ଏହି ରିପୋର୍ଟ ଉପରେ ପ୍ରଭାବିତ ପରିବାରବର୍ଗଙ୍କ ମତାମତ ଜାଣିବା ପାଇଁ ଆଜିର ଜନଶୁଣାଣୀ ବୈଠକର ଆୟୋଜନ ହୋଇଥିଲା l
ସୁନ୍ଦରଗଡ଼ ଉପଜିଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗ, ବ୍ଲକ ଉନ୍ନୟନ ଅଧିକାରୀ ପିୟୁଷ ଲୋହାର, ଅତିରିକ୍ତ ରକ୍ଷା ଅଧିକ୍ଷକ ସୁରେନ୍ଦ୍ର ମଝି , ସ୍ଥାନୀୟ ଏସ ଡି ପି ଓ ଶଶାଙ୍କ ଶେଖର ବେଉରା, ରାଜଗାଙ୍ଗପୁର କୁତ୍ରା ଥାନା ଅଧିକାରୀ, ତଥା ଅନ୍ୟାନ୍ୟ ଜିଲା ପ୍ରଶାସନ ଅଧିକାରୀ, ଅଧିଗ୍ରହଣ ପ୍ରଭାବିତ ଜନସାଧାରଣ, କମ୍ପାନୀ ପ୍ରତିନିଧି ଏବଂ ରାଜଗାଙ୍ଗପୁର ଓ କୁତ୍ରା ଥାନା ଅଧିକାରୀ ଏହି ବୈଠକ ପାଇଁ ଉପସ୍ଥିତ ଥିଲେ l ରାଜଗାଙ୍ଗପୁର ବିଧାୟକ ଡ଼ ରାଜନ ଏକ୍କା ମଧ୍ୟ ଏହି ଜନଶୁଣାଣୀରେ ଭାଗ ନେଇଥିଲେ l କିଛି ଲୋକ ଜମି ଅଧିଗ୍ରହଣକୁ ସମର୍ଥନ କରିଥିବା ବେଳେ ଆଉକିଛି ଲୋକ ଏହାକୁ ବିରୋଧ କରିଥିଲେ l ସ୍ଥାନୀୟ ଲୋକ ନିଯୁକ୍ତି ଏବଂ ପରିପାର୍ଶ୍ଵିକ ବିକାଶ କରିବା ପାଇଁ ଦାବି ରଖିଥିଲେ l କିଛି ଲୋକ ପ୍ରଭାବ ଆକଳନ ଅଧ୍ୟୟନରେ ସେମାନଙ୍କ ତଥ୍ୟରେ ତ୍ରୁଟି ଥିବା ଦର୍ଶାଇଥିଲେ l ଲିଖିତ ଭାବରେ ପ୍ରଦାନକଲେ ତ୍ରୁଟି ସଂଶୋଧନ କରାଯିବ ବୋଲି ଉପଜିଲାପାଳ କହିଥିଲେ l ଏଠାରେ ନିଜ ମତ ରଖିନପାରିଥିବା ଲୋକଙ୍କୁ ମଧ୍ୟ ଲିଖିତ ଭାବରେ ମତାମତ ଜଣାଇବାପାଇଁ ଉପଜିଲ୍ଲାପାଳ କହିଥିଲେ l ଶାନ୍ତି ଶୃଙ୍ଖଳା ସହିତ ସମସ୍ତ କାର୍ଯ୍ୟ ସମାପନ ପାଇଁ ଶେଷରେ ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l