ଖୋର୍ଦ୍ଧା ବିଜେଡିରେ ଗୋଷ୍ଠୀ କନ୍ଦଳ ଟାଙ୍ଗୀ ବ୍ଲକ ଛକରେ ଦୁଇ ଗୋଷ୍ଠୀକୁ ଘଉଡାଇଲା ପୋଲିସ

ଟାଙ୍ଗୀ:-୨୫/୦୮(ବିନୁ ଦାସ୍), ଆଜି ପୂର୍ବାହ୍ନରେ ଟାଙ୍ଗୀ ବ୍ଲକ ପରିସରରେ ଦୁଇ ଗୋଟି ସଭା ଅନୁଷ୍ଠିତ ହୋଇଥିଲା।ଗୋଟିଏ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ଏବଂ ଅନ୍ୟଟି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଙ୍କର ବ୍ଲକ ସମ୍ମିଳନୀ କକ୍ଷରେ ରୁଦ୍ଧ ଦ୍ୱାର ବୈଠକ।କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସରିବା ପରେ ଆରମ୍ଭ ହୋଇଥିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କର ରୁଦ୍ଧ ଦ୍ୱାର ବୈଠକ।ଟାଙ୍ଗୀ ବ୍ଲକ ପରିସର ପାଲଟିଥିଲା ପୋଲିସ ଛାଉଣୀ।ଏପରିକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ସ୍ୱଭାଗୃହକୁ ଅନୁମତି ମିଳିନଥିଲା।କିନ୍ତୁ ଜିଲ୍ଲା ର ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୋଲିସ ବାହିନୀ ଛାଉଣୀ ଥିଲା।ସଭା ଗୃହରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଖୋଦ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଙ୍କର ଅନୁପସ୍ଥିତି ଥିଲା ଯାହାକି ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ।

ସଭା ଆରମ୍ଭରୁ ଟାଙ୍ଗୀ ବ୍ଲକ ଚେଆରମ୍ୟାନ ବିଜୟ ଜେନା ସଭା ଗୃହରେ ଉପସ୍ଥିତ ଥିଲେ ବି ପରବର୍ତ୍ତୀ ସମୟରେ ବିଜେଡି ଦଳର କର୍ମୀ ମାନଙ୍କ ମଧ୍ୟରେ ସାମାନ୍ୟ ବଚସା ରୁ ବ୍ଲକ ପରିସର ପାଲଟିଥିଲା ରଣକ୍ଷେତ୍ର।ପରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ପୋଲିସ ଆନ୍ଦୋଳନ କାରୀଙ୍କୁ ଘଉଡାଇଲା।ସୂଚନାଯୋଗ୍ୟ କି ଟାଙ୍ଗୀ ବ୍ଲକ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଙ୍କର ଅନୁପସ୍ଥିତି ତାଙ୍କ ସମର୍ଥକ ଆନ୍ଦୋଳନ କରିଥିଲେ।ଅପରପକ୍ଷରେ ଚିଲିକା ବିଧାୟକ ଙ୍କର ସମର୍ଥକ ମଧ୍ୟରେ ଚାଲିଥିଲା ରଣହୁଙ୍କାର।ପୋଲିସ ର ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଗଣ୍ଡଗୋଳ ଟିଏ ରୋକାଯାଇପାରିଲା ବୋଲି ସାଧାରଣରେ ଆଲୋଚନା ହେଉଛି।ଘଟଣା ସ୍ଥଳରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ ଙ୍କର ନିର୍ଦ୍ଦେଶ କ୍ରମେ ଗଣ୍ଡଗୋଳ ହେଉଥିବା ସ୍ଥଳକୁ ମାଡିଯାଇଥିଲେ ପୋଲିସ ବାହିନୀ ଯାହା ଫଳରେ ଏକ ବଡ଼ ଗଣ୍ଡଗୋଳ ରୋକାଯାଇପାରିଲା।ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଦଳୀୟ କନ୍ଦଳ ଯେ ବିଜୁ ଜନତା ଦଳକୁ ମହଙ୍ଗା ପଡିବ ତାହା ସାଧାରଣ ରେ ଆଲୋଚନା ହେଉଛି।