କଂଗ୍ରେସ ପକ୍ଷରୁ ଟାଙ୍ଗୀ ବ୍ଲକ ଆଗରେ ବିକ୍ଷୋଭ ଏବଂ ପ୍ରତିବାଦ ସଭା

୨୫/୦୮(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ପ୍ରତିବାଦ ସଭା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଭାରତୀୟ ଜାତୀୟ କଂଗ୍ରେସ । ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ପ୍ରତିବାଦ ସଭା କରାଯାଇ ଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଟାଙ୍ଗୀ ବ୍ଲକ ର ସମସ୍ତ କଂଗ୍ରେସ କର୍ମୀ-ସମର୍ଥକ , ସ୍ଥାନୀୟ କଂଗ୍ରେସ ନେତୃମଣ୍ଡଳୀ , ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱ ଭୂଷଣ ଛୋଟରାୟ , ଚିଲିକା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ପ୍ରଦୀପ ସ୍ୱାଇଁ , ସ୍ଥାନୀୟ କଂଗ୍ରେସ ନେତା ଜୟଦେବ ବେହେରା , ଟାଙ୍ଗୀ ବ୍ଲକ ଏକ୍ସ ଚେୟାରମ୍ୟାନ ଲକ୍ଷଣ ଶ୍ରୀଚନ୍ଦନ , ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ କୁମାର ରାଉତ ଙ୍କ ସମେତ ବହୁ କଂଗ୍ରେସ ନେତା ସାମିଲ ହୋଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଟାଙ୍ଗୀ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦେଶ୍ୟ ରେ ଟାଙ୍ଗୀ ବ୍ଲକ ବିଡ଼ିଓଙ୍କୁ କଂଗ୍ରେସ ପକ୍ଷରୁ ଦିଆ ଯାଇଥିଲା ।


ବିଧାୟକ ଜଟଣୀ ସୁରେଶ କୁମାର ରାଉତରାୟ କହିଥିଲେ କି ଅହେତୁକ ତୈଳଦର ବୃଦ୍ଧି, ମାଗଣା ଗ୍ୟାସ ଯୋଗଣ କରି ଟାଙ୍କି ପିଛା ଚଢା ଦରରେ ବିକ୍ରି କରି ଗରିବଙ୍କୁ ଲୁଟୁଛି କେନ୍ଦ୍ର ସରକାର।ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦଳୀୟ ମନୋଭାବ ରଖି ଅଫିସର ରାଜ କରୁଛନ୍ତି।ଏପରିକି ଗରିବଙ୍କୁ ଘର ଖଣ୍ଡେ ମିଳୁନାହିଁ।ସାରା ଓଡ଼ିଶାରେ ଅଫିସରଙ୍କର ଜୁଲୁମ ବଢି ଚାଲିଛି। ବିଧାୟକ ରାଉତରାୟ କହିଥିଲେ କି ଯଦି ଗରିବଙ୍କୁ ଆବାସ ଯୋଜନାରେ ଘର ନମିଳେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ନଜରରେ ଆସିଲେ ବାନ୍ଧି ମାଡ଼ ମାରିବୁ।ସେହିଭଳି ସାନଖେମୁଣ୍ଡି ବିଧାୟକ


ରମେଶ ଜେନା କହିଥିଲେ କି ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତି ଗ୍ରସ୍ତଙ୍କ ସାହା ଭରସା।ନୂତନ ଯୋଜନା ବୋଲି କିଛି ନାହିଁ ।ଦେଶ କୁ ସ୍ୱାଧୀନତା ର ସ୍ୱାଦ ଦେଇଥିଲା କଂଗ୍ରେସ।ମନରେଗା ଯୋଜନା କଂଗ୍ରେସ ସରକାର କରିଥିଲେ।ଭତ୍ତା ଯୋଜନା ସେ ବାର୍ଦ୍ଧକ୍ୟ ହେଉ କି ବିଧବା କିମ୍ବା ବିକଳାଙ୍ଗ ମାନଙ୍କ ପାଇଁ ସହାୟତା ଯୋଜନା ଆରମ୍ଭ କରିଥିଲା କଂଗ୍ରେସ।ବର୍ତ୍ତମାନ ପରିସ୍ଥିତି ରେ ମିଠା ମିଠା କଥା କହି ସାଧାରଣ ଜନତାଙ୍କ ପେଟରେ ଛୁରୀ ମାରୁଛି ଉଭୟ କେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ନବୀନ ସରକାର।ଆମେ ଉଭୟ ଶାସକ ଦଳର ଗୁଣ ଗାରିମା ଏବଂ ବିକାଶ କି ବିନାଶ ହେଉଛି ତାହା ସାଧାରଣ ଲୋକ ମାନଙ୍କୁ ବୁଝାଉଛୁ।ଆଶା କରୁଛୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳକୁ ଭୋଟର ମାନେ ଉଚିତ ଭୋଟ ଦେଇ ୟେ ଦୁର୍ନୀତି ଗ୍ରସ୍ତ ସରକାରଙ୍କୁ ହଟେଇବେ।କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବିକ୍ଷୋଭ ସ୍ଥଳରେ ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ,ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କର ସହିତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୋଲିସ ବାହିନୀ ନିୟୋଜିତ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।