ଜଟଣୀ,୨୧।୦୮, ଜଟଣୀ ପୌର କର୍ଯ୍ୟାଳୟରେ ହୋଇଥିବା ଦୁର୍ନିତୀ ଘଟଣାରେ ସୋମବାର ଠାରୁ ଭିଜିଲାନ୍ସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ୨୦୧୩-୧୪ ମସିହାରେ ସଫେଇ କର୍ମଚାରୀଙ୍କୁ ଦିଆ ଯାଇଥିବା ବେତନ ରେ ଅନିୟମିତତା ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ । ଉକ୍ତ ସମୟରେ ସଫେଇ କର୍ମଚାରୀଙ୍କୁ ଦରମା ଦିଆ ନ ଯିବା, ଜଣେ କର୍ମଚାରୀଙ୍କ ନାମରେ ଦୁଇ ଦୁଇ ଥର ଦରମା ପ୍ରଦାନ ଏବଂ କୌଣସି କାମ ନ କରି ଦରମା ପ୍ରଦାନ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । କଟକ ସେଣ୍ଟ୍ରାଲ ଭିଜିଲାନ୍ସ ସେଲର ଇନିସ୍ପେକ୍ଟର ବ୍ରଜକିଶୋର ସାହୁ ଜଟଣୀ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାହୁ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ଆସୁଛୁ । ଏହାର ତଦନ୍ତ ହେଲେ ପ୍ରକୃତ ସତ୍ୟା ସତ ସାମ୍ନାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଦାବି ହଉଛି ।