ଚିଲିକା ଟ୍ରକ ଚକା ତଳେ ଚାପି ହୋଇ ଯୁବକ ଗୁରୁତର ଆହତ

ଚିଲିକା:-୧୯/୦୮(ବିନୁ ଦାସ୍):-ଖୋର୍ଦ୍ଧା ଜିଲା ବାଣପୁର ଥାନା ନାଚୁଣି ଫାଣ୍ଡି ନିକଟସ୍ଥ ସୁନାଖଳା ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣା ଯୋଗୁଁ ଜଣେ ଯୁବକ ଗୁରୁତର ଆହତ ହୋଇ ମରଣ ସହ ସଂଗ୍ରାମ କରୁଥିବା ଜଣାପଡିଛି। ସୂଚନାନୁସାରେ ସୁନାଖଳା ଗ୍ରାମର ରାଜକିଶୋର ସାହୁ ନିଜର OR 02 BC 4610 ବାଇକରେ ସୁନାଖଳା ରୁ ନାଚୁଣି ଅଭିମୁଖେ ଆସୁଥିବା ବେଳେ ସୁନାଖଳା ଓଭରାବୃକ ଉପରେ ଟ୍ରକ ସହ ଧକ୍କା ହୋଇ ଚକା ତଳେ ଚାପି ହୋଇଯାଇଥିଲେ। ଫଳରେ ଡାହାଣ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇବେଳେ ମୁଣ୍ଡରେ ଜୋର ଆଘାତ ଲାଗିଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଓ ଅଗ୍ନିଶ୍ରମ ବାହିନୀ ଅଧିକାରୀ ମନୋଜ କୁମାର ସାହୁ ସଦଳେବଳ ପହଞ୍ଚି ଆହତ ଯୁବକଙ୍କୁ ପ୍ରଥମେ ଟାଙ୍ଗି ଗୋଷ୍ଟି ସ୍ୱାଥ୍ୟ କେନ୍ଦ୍ରକୁ ପଠାଇଥିଲେ କିନ୍ତ ଅବସ୍ଥା ଅତି ସଂକଟପର୍ଣ୍ଣ ଥିବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ଅଗ୍ନିଶ୍ରମ ଅଧିକାରୀ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।