ଟାଙ୍ଗୀ:-୧୬/୦୭(ବିନୁ ଦାସ୍), ଖୋର୍ଦ୍ଧା ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ସଦା ସର୍ବଦା ରାଜପଥ ଲୁଟେରା ଏବଂ ଡ଼କାୟତ ମାନଙ୍କର ଚରାଭୂଇଁ ପାଲଟିଥିଲା । ଯାହାକି ସଦାବେଳେ ଟାଙ୍ଗୀ, ନାଚୁଣୀ, ବାଲୁଗାଁ, ଜଂକିଆ ଆଦି ପୋଲିସର ମୁଣ୍ଡବ୍ୟଥା ସାଜିଥିଲା । ବିଗତ କିଛି ଦିନ ଧରି ଜାତୀୟ ରାଜପଥ ଲୁଟେରାଙ୍କୁ ଟାର୍ଗେଟ କରିଛି ସ୍ଥାନୀୟ ପୋଲିସ । ଏପରିକି ଟାଙ୍ଗୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ମଧ୍ୟ ବାଦ୍ ପଡିନଥିଲା । କିନ୍ତୁ ଟାଙ୍ଗୀ ଥାନାରେ ଯୋଗ ଦେଇଥିବା ନୂତନ ଥାନାଧିକାରୀ ବିଜୟ ମଲ୍ଲିକଙ୍କର କଡା ଆଭିମୁଖ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଡକାୟତି ରାହଜନୀ ଆଦି କମିବାରେ ଲାଗିଛି ।
ଏପରିକି ତାଙ୍କର କଡା ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ । ଏପରିକି କେତେବେଳେ ଗୋରୁଗାଡି ଜବତ କରୁଥିବା ବେଳେ ପୁଣି କେତେବେଳେ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରୁଛି ଟାଙ୍ଗୀ ପୋଲିସ । ପ୍ରାପ୍ତ ସୂଚନା ମୁତାବକ ଜୁନ୍ ମାସ ତିନି ତାରିଖରେ ସ୍ଥାନୀୟ ଉଗ୍ରତାରା ଛକରୁ ଏକ ଅଣ୍ଡା ବୋଝେଇ ପିକପ୍ ଭ୍ୟାନକୁ କେତେକ ଦୁର୍ବୁର୍ତ ଲୁଟି ନେଇଥିଲେ । ଯାହା ଫଳରେ ଅଭିଯୋଗକାରୀ ବଲ୍ଲଭ ସାହୁଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧା ଏସପିଙ୍କର ନିର୍ଦ୍ଦେଶରେ ତିନିଗୋଟି ଟିମ୍ ଚଢ଼ାଉ କରି ଲୁଟ କରିଥିବା ଛଅ ଜଣ ଡ଼କାୟତ ମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଧରିବା ସହ ଅଣ୍ଡା ଗାଡ଼ିଟିକୁ ଧରିବାରେ ସଫଳ ହୋଇଥିଲା ।
କିନ୍ତୁ ଅନ୍ୟ ତିନିଜଣ ଫେରାର ଥିଲେ।ହଠାତ ଶୁକ୍ରବାର ଦିନ ପୋଲିସ କବଜାରେ ଆଉ ଜଣେ ଜଟଣୀ ଥାନା ବେଣାପଞ୍ଜରୀ କବର ସ୍ତାନ ଗ୍ରାମର ବୋଖାରୀ ଖାଁର ପୁତ୍ର ଅବଜାନ ଖାଁ (୨୧)କୁ ଗିରଫ କରିବା ସହ ତାପଙ୍ଗ ଅଞ୍ଚଳର ଏକ ଖଣି ଅଞ୍ଚଳରୁ ଡକାୟତି ଘଟଣା ରେ ବ୍ୟବହୃତ ପିକପ୍ ଭ୍ୟାନ ଓ-ଆର୍-୦୨-ବିଏନ-୦୯୫୪ ନମ୍ବର ଗାଡିକୁ ପରିତ୍ୟକ୍ତ ସ୍ଥଳୀରୁ ଜବତ କରିଛି । ଏହି ମାମଲାରେ ଆହୁରି ଗିରଫ ହେବେ ବୋଲି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି । ଅପରପକ୍ଷରେ କେଶ୍ ନମ୍ବର ୧୮୩/୨୧ ରେ ଜୁନ୍ ମାସର ମାମଲା ଅନୁଯାୟୀ ଆଉଜଣେ ଗିରଫ କରି ସ୍ଥାନୀୟ ଜନସାଧାରଣଙ୍କର ପ୍ରଶଂସାର ପାତ୍ର ସାଜିଛନ୍ତି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ।