କାଳୁପଡ଼ା ଘାଟ,୦୩/୦୬ (ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ପ୍ରଶାସନ କେବଳ କାଗଜକଲମ ରେ ଦାୟିତ୍ୱ ସାରି ବସୁଛି । ଏପରିକି ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନାକୁ ମହାମାରୀ କରୋନା ଆଳରେ ଏଡ଼ାଇବା ସହ ବିକାଶ ଅପେକ୍ଷା ନିଜର ଚଉକି ବଞ୍ଚେଇ ବସିରହିଥିବା ଦେଖାଯାଉଛି । ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଗତ ତଥ୍ୟ ମଧ୍ୟ ଏକମାସ ମଧ୍ୟରେ ଦେବାର ନିୟମ ଥିଲେ ବି ଜାଣିଶୁଣି ଅବହେଳା କରୁଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଚିଲିକା ବ୍ଲକ କାଳୁପଡ଼ା ଘାଟ ବଜାର ଅଞ୍ଚଳର ବାସିନ୍ଦା ଏବଂ ବ୍ୟବସାୟୀ ମାନଙ୍କ ପାଣିର ସୁବିଧା ପାଇଁ ଏକ ସୋଲାର ପାନୀୟଜଳ ପ୍ରକଳ୍ପର ଉଦଘାଟନ ଦୁଇ ମାସ ତଳେ ହୋଇଥିଲା । କିନ୍ତୁ ଦୁଇମାସ ମଧ୍ୟରେ ତିନି ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ସୋଲାର ପାନୀୟଜଳ ପ୍ରକଳ୍ପ ତିନି ତିନି ଥର ଖରାପ ରହିବା ଏବଂ ଅତିବେଶିରେ ଦୈନିକ କୋଡିଏ ଜଣ ଉପଭୋକ୍ତାଙ୍କୁ ପାଣି ଯୋଗାଇ ଆଜକୁ ସୋଲାର ପ୍ରକଳ୍ପଟି ଦୀର୍ଘ ୧୫ ଦିନ ହେବ ବିଶ୍ରାମ ନେଇ କାମ କରୁନାହିଁ ।
କେଉଁଠି ହଜାର ହଜାର ଲୋକ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ କାଳୁପଡ଼ା ଘାଟ କଳକଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ କାଳୁପଡ଼ା ବଜାର ଅଞ୍ଚଳରେ କୋଡିଏଟି ଲୋକଙ୍କ ପାଇଁ ବ୍ୟୟ ଅଟକଳ ମୂଲ୍ୟ ୫ଲକ୍ଷ କାହା ସ୍ୱାର୍ଥରେ କି ଲାଗିଛି ତାହା ଜାଣିବା ମୁସ୍କିଲ । ପ୍ରଥମତଃ ପୁରୁଣା ନଳକୂପରେ ରଙ୍ଗ ମାରି ସୋଲାର ପ୍ରକଳ୍ପ ହେବା ଏବଂ ଅଟକଳ ମୂଲ୍ୟ ଠାରୁ କମ ଖର୍ଚ୍ଚରେ ନିର୍ମାଣ ସହ ପାଣିର ମାନ ପାନୀୟଯୋଗ୍ୟ କି ନୁହେଁ ପରୀକ୍ଷା ନହୋଇ ରାଜନୈତିକ ଅଭିସନ୍ଧି ରଖି ନିର୍ମାଣ ସହ ସମ୍ପୃକ୍ତ ଜାଗା ମାଲିକଙ୍କ ଲିଖିତ ଅନୁମତି ନଆଣିବା ଏହିଭଳି ଅନେକ ଦୁର୍ନୀତି ଆସୁଛି । ଏପରିକି ସୌର ପ୍ରକଳ୍ପ ପାନୀୟଜଳ ଯୋଗଣର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷରେ କଳକଳେଶ୍ୱର ସରପଞ୍ଚ ଅସିତ୍ ନାଥ୍ ଆମ ପ୍ରତିନିଧିଙ୍କୁ ଏ ବାବଦରେ ଜଣାଇଥିଲେ କି ସେ ବାରମ୍ବାର ଚିଲିକା ବ୍ଲକ ପାନୀୟଜଳ ଯୋଗାଣ ସହକାରୀ ଯନ୍ତ୍ରୀ ବାସୁଦେବ ଶତପଥୀ ଙ୍କୁ ବାରମ୍ବାର ଜଣେଇଥିଲେ ବି କୌଣସି ପଦକ୍ଷେପ ନେଇନାହାନ୍ତି ।
ଅପରପକ୍ଷରେ କାଳୁପଡ଼ା ଘାଟ ବଜାରରେ ପାଇପ୍ ଜଳ ଯୋଗାଣ ରାଜେନ୍ଦ୍ରପୁର ଗ୍ରାମରୁ ଆସୁଥିଲେ ବି ଦୀର୍ଘ ଏକ ବର୍ଷ ହେବ ତାହା ବଜାର ଅଞ୍ଚଳକୁ ଆସୁନାହିଁ।ୟେ ବାବଦରେ ସରପଞ୍ଚ ଅସିତ୍ ନାଥ୍ ଙ୍କୁ ଆମ ପ୍ରତିନିଧି ଏବଂ ସ୍ଥାନୀୟ ବ୍ୟବସାୟୀ ମାନେ ବାରମ୍ବାର ଅନୁରୋଧ କରିଥିଲେ ବି ଆଜି ପର୍ଯ୍ୟନ୍ତ କଳ କଳେଶ୍ୱର ସରପଞ୍ଚ ଦୃଷ୍ଟି ଦେଉନାହାନ୍ତି ଯାହା ଫଳରେ ଶତାଧିକ ଲୋକେ ପାଣି ମୁନ୍ଦାଏ ପାଉନାହାନ୍ତି ।ରାଜେନ୍ଦ୍ର ପୁର ଗ୍ରାମଟି ସରପଞ୍ଚ ଅସିତ୍ ନାଥଙ୍କ ନିଜ ଗ୍ରାମ ହୋଇଥିବାରୁ ଚୋରା ମଟର ଯୋଗେ ପାଣି ନେଉଥିବା ଗ୍ରାମବାସୀଙ୍କୁ ବନ୍ଦ କରିପାରୁନାହାନ୍ତି କି ବଜାର ଅଞ୍ଚଳରେ ଲୋକମାନେ ପାଣି ପିଇବାକୁ ନପାଇଲେ ବି ସରପଞ୍ଚ ଙ୍କର କିଛି ଯାଏ ଆସ ନାହିଁ।ସେହିଭଳି ଭାବରେ ଆମ ପ୍ରତିନିଧି ଚିଲିକା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ଶତପଥୀ ଙ୍କର ସହ ଯୋଗାଯୋଗ କରିବାରୁ ସେ କହିଥିଲେ କି ମୁଁ ସରପଞ୍ଚଙ୍କର ଅଭିଯୋଗ ପାଇଛି କିନ୍ତୁ ଏହା ଆମ ଦାୟିତ୍ୱ ନୁହେଁ ଏବଂ ଏହା ଏକ ନିର୍ଦ୍ଦିଷ୍ଟ ବିଭାଗ ଅଭିଯୋଗ କରିଛି ଦେଖାଯାଉ ହୁଏତ ସୋମବାର ଘଟଣା ସ୍ଥଳ ଅନୁସନ୍ଧାନ କରିବି।
ରାଜ୍ୟ ସରକାର ୨୪ ଘଣ୍ଟିଆ ପାଣି ପାଇଁ ହେଲ୍ପ ଲାଇନ ଖୋଲା ରଖିବା ସହ ତୁରନ୍ତ ମରାମତି ପାଇଁ ଆଦେଶ ଥିଲେବି ବିଭାଗୀୟ ଅଧିକାରୀ ଏବଂ ଠିକାଦାର ସହ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି।ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିବା ସହ କହିଛନ୍ତି କି ଯଦି ୩ ଲକ୍ଷ ବ୍ୟୟ ଅଟକଳ ରେ କୋଡିଏ ଜଣକୁ ପାଣିଦେଇ ପ୍ରକଳ୍ପ ଟି ଅଚଳାବସ୍ଥା ତ ଆଗାମୀ ଦିନରେ ଆସୁଥିବା ଦୁଇଶହ ପଚାଶକୋଟି ବ୍ୟୟ ଅଟକଳ ରେ ଆସୁଥିବା ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।